
ସୁବର୍ଣ୍ଣପୁର,୨୫ ଫେବୃଆରୀ(ହି.ସ.) – ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଷ୍ଟେସନ୍ରେ ଜଣେ ଅଜଣା ଯୁବ ବ୍ୟକ୍ତି ଷ୍ଟେସନ୍ରେ ଗୋଟିଏ ବ୍ୟଗ ଧରି ବସିଥିବାବେଳେ ଜଣେ ଆର୍ପିଏଫ୍ ଅଧିକାରୀ ସନ୍ଦେହରେ ପଚାରିଥିଲେ। ପୋଲିସ ର ପଚରା ଉଚୁରାରେ ବେଗକୂ ଛାଡି ଦଉଡ଼ି ପଳାଇ ଥିଲା ଓ ଷ୍ଟେସନ୍ରୁ କୁଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା। ବେଗ ଭିତରୁ ସଂପୃକ୍ତ ଅଧିକାରୀ ୨.୬୯ ଲକ୍ଷ ଟଙ୍କା ଓ ୧୯ ଗୋତି ବେଦେଶି ନୋଟ୍ ମାଲେସିଆ, ଚାଇନା, ଥାଇଲାଣ୍ଡ ପ୍ରମୁଖ ଦେଶର ଥିବା ପାଇଥିଲେ। ଏହି ଜବତ ଟଙ୍କା ସଂପୃକ୍ତ ଯୁବକର ଗତିବିଧି ସନ୍ଦେହ ଘେରକୁ ଆସିଥିଲା। ଏହା ଏକ ସ୍ମଗ୍ଲିଂ ମାମଲା ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ ହୋଇଚି। ସଂପୃକ୍ତ ଯୁବକ ଉତରପ୍ରଦେଶର ଝାନ୍ସିର ବୋଲି ସଂପୃକ୍ତ ଯୁବକ ସଂପର୍କରେ ଅଧିକ ଖୋଜ ଖବର ଚାଲିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ