ଆସନ୍ତା ଶୁକ୍ରବାର ଠାରୁ ସମସ୍ତ ସମବାୟ ସମିତିରେ ଧାନକ୍ରୟ ବନ୍ଦ ରହିବ, ସମବାୟ ସମିତି ସଂପାଦକ ଓ ସଭାପତି ସଂଘର ନିଷ୍ପତି
ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଆଜି ଭଦ୍ରକ ଜିଲ୍ଲା ସମବାୟ ସମ୍ପାଦକ ଓ ସଭାପତି ସଂଘ ତରଫରୁ ଭଦ୍ରକ ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଆରସିଏସ୍ଙ୍କୁ ଦେଖା କରି ଜିଲ୍ଲା ରେ ଧାନ କ୍ରୟ ରେ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ବିଶେଷକରି ମଣ୍ଡିରୁ ଧାନ ଉଠାଣ, ଟୋକନ ଅବଧି ବୃଦ୍ଧି, ସ୍ଥାୟୀ ଟୋ
SAMABAYA SAMITI SAMPADAKA & SABHAPATI SANGHA


ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଆଜି ଭଦ୍ରକ ଜିଲ୍ଲା ସମବାୟ ସମ୍ପାଦକ ଓ ସଭାପତି ସଂଘ ତରଫରୁ ଭଦ୍ରକ ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଆରସିଏସ୍ଙ୍କୁ ଦେଖା କରି ଜିଲ୍ଲା ରେ ଧାନ କ୍ରୟ ରେ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ବିଶେଷକରି ମଣ୍ଡିରୁ ଧାନ ଉଠାଣ, ଟୋକନ ଅବଧି ବୃଦ୍ଧି, ସ୍ଥାୟୀ ଟୋକନ ଅବଧି ବୃଦ୍ଧି ଓ ଟାର୍ଗେଟ୍ ଦେବା ବାବଦକୁ ସଂଘ ପକ୍ଷରୁ ଦୁଇ ଅଧିକାରୀଙ୍କୁ ଜଣାଇଥିଲେ । ଆଗାମୀ ଗୁରୁବାର ସନ୍ଧ୍ୟା ସୁଦ୍ଧା ଯଦି ଲିଖିତ ଆକାରରେ ଜିଲ୍ଲାପାଳ, ଯୋଗାଣ ଅଧିକାରୀ ଓ ଡିଆରସିଏସ୍ ଏହି ସବୁ ସମସ୍ୟା ର ସମାଧାନ ନକରିବେ, ତାହେଲେ ଆସନ୍ତା ଶୁକ୍ରବାର ଦିନ ଜିଲ୍ଲା ର ସମସ୍ତ ସମିତି ବନ୍ଦ ରଖାଯିବାକୁ ସଂଘ ତରଫରୁ ନିଷ୍ପତି ନିଆଯାଇଛି। ପ୍ରକାଶଯୋଗ୍ୟ ଜିଲା ସମବାୟ ସମିତି ସଭାପତିମାନଙ୍କ ତରଫରୁ ମଣ୍ଡି ଓ ଚାଷୀ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ଦିଆଯାଇଥିଲା। ଏହାମଧ୍ୟରେ ଦୁଇଦିନ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେବା ତ ଦୂରର କଥା, ପ୍ରଶାସନ ସଂପୂର୍ଣ୍ଣ ନୀରବ ରହିଛି। ପ୍ରଶାସନର ଏଭଳି ନୀରବଦ୍ରଷ୍ଟା ଘଟଣାକୁ ନେଇ ଆଜି ସଂଘ ପକ୍ଷରୁ ଆସନ୍ତା ଶୁକ୍ରବାର ଠାରୁ ଧାନ ସଂଗ୍ରହ କାର୍ଯ୍ୟ ସମସ୍ତ ସମିତିରେ ବନ୍ଦ ରଖାଯିବ ବୋଲି ବାଧ୍ୟ ହୋଇ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ସଂଘର ପ୍ରମୁଖ ପ୍ରକାଶ ଜ୍ୟୋତି ମହାକୁଡ଼, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଧେଶକ ଅରୁଣ ଉଦୟ ପାତ୍ର, ସାଧାରଣ ସମ୍ପାଦକ, ଜିଲ୍ଲା ସମବାୟ କର୍ମଚାରୀ ସଂଘ୍, ରାଜେନ୍ଦ୍ର କୁମାର ଖଣ୍ଡେଇ, ତନ୍ମୟ ଜେନା, ଭରତ ପାତ୍ର, ଗୌରାଙ୍ଗ ବେହେରା, ରାମ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande