ଶୁଶାନ୍ତ ଖୁଣ୍ଟିଆ ପାର୍କ ସମ୍ମୁଖରେ ଆଣ୍ଠୁଏ ଖାଲ
ଘଟଗାଁ ୨୫ ଫେବୃଆରି ( ହିଁ ସ) ଚଳିତ ବର୍ଷର ପ୍ରଥମ ବର୍ଷରେ ଆନନ୍ଦପୁର ଶୁଶାନ୍ତ ଖୁଣ୍ଟିଆ ପାର୍କ ସମ୍ମୁଖରେ ଥିବା ଆଣ୍ଠୁଏ ଖାଲ ସବୁ ବର୍ଷା ପାଣିରେ ପରିପୂର୍ଣ ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ବୈତରଣୀ ନଦୀକୁ ଲାଗିକରି ଥିବା ଆନନ୍ଦପୁର ପୌର ପରିଷଦ ର ସୁଶାନ୍ତ ଖୁଣ୍ଟିଆ ଫି
ଶୁଶାନ୍ତ ଖୁଣ୍ଟିଆ ପାର୍କ ସମ୍ମୁଖରେ ଆଣ୍ଠୁଏ ଖାଲ ( ଫଟୋ)


ଘଟଗାଁ ୨୫ ଫେବୃଆରି ( ହିଁ ସ) ଚଳିତ ବର୍ଷର ପ୍ରଥମ ବର୍ଷରେ ଆନନ୍ଦପୁର ଶୁଶାନ୍ତ ଖୁଣ୍ଟିଆ ପାର୍କ ସମ୍ମୁଖରେ ଥିବା ଆଣ୍ଠୁଏ ଖାଲ ସବୁ ବର୍ଷା ପାଣିରେ ପରିପୂର୍ଣ ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ

ବୈତରଣୀ ନଦୀକୁ ଲାଗିକରି ଥିବା ଆନନ୍ଦପୁର ପୌର ପରିଷଦ ର ସୁଶାନ୍ତ ଖୁଣ୍ଟିଆ ଫିଟନେସ ପାର୍କ ଏବଂ ଏହାର ଆଖପାଖ ରେ ବହୁତ୍ ଦିନ ହେଲା ରାସ୍ତା ନଷ୍ଟ ହୋଇଯାଇ ଆଣ୍ଠୁଏ ଲେଖାଏ ଖାଲ ହୋଇଛି।ଅନେକ ଥର ଏହି ଖବର ଗଣ ମାଧ୍ୟମର ପୃଷ୍ଠା ମଣ୍ଡନ କରି ଥିବା ବେଳେ କୌଣସି ପଦକ୍ଷପ ଗ୍ରହଣ କରି ନଥିବା ବେଳେ ବର୍ତ୍ତମାନ ଚଳିତ ବର୍ଷର ପ୍ରଥମ ବର୍ଷରେ ଉକ୍ତ ପାର୍କ ନିକଟ ରେ ଥିବା ଖା ଲ ରେ ସମ୍ପୂର୍ଣ ଭାବେ ପାଣି ଭର୍ତ୍ତି ହୋଇଯାଇଛି । ଆଗାମୀ ଦିନରେ ବୈତରଣୀ ନଦୀକୁ ଲାଗିକରି ଥିବା ଏହି ପର୍କ କୁ ଅନେକ ଶିଶୁ ମାନେ ଆସୁଛନ୍ତି । ଶୁଶାନ୍ତ ଖୁଣ୍ଟିଆ ପାର୍କ ସମ୍ମୁଖରେ ପାଣି ଭର୍ତ୍ତି ଆଣ୍ଠୁଏ ଖାଲ ସମସ୍ତ ଶିଶୁ ମାନେ ପଡ଼ିବା ନେଇ ଆସଙ୍କା ପ୍ରକାଶ ପାଇଛି । ଏହି ଅର୍ଦ୍ଧ ଭଗ୍ନ ରାସ୍ତା କୁ ତୁରନ୍ତ ମରାମତି କରିବା ପାଇଁ ସାଧାରଣ ଲୋକ ଦାବୀକରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande