ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ଉତ୍ସବ ଅନୁଷ୍ଠିତ
ବଲାଙ୍ଗୀର,୨୫ ଫେବୃଆରୀ(ହି.ସ.) – ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜଛକ ବିଦ୍ୟାଳୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡା: ଗୋଦାବରୀଶ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ପ
ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ଉତ୍ସବ ଅନୁଷ୍ଠିତ


ବଲାଙ୍ଗୀର,୨୫ ଫେବୃଆରୀ(ହି.ସ.) – ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜଛକ ବିଦ୍ୟାଳୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡା: ଗୋଦାବରୀଶ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ ଓଡ଼ିଆ ଅଧ୍ୟାପକ ଖପ୍ରାଖୋଲ ମହାବିଦ୍ୟାଳୟ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ମାତ୍ରୂଭାଷାର ମହତ୍ୱ ସମ୍ବନ୍ଧେ ମାର୍ଗଦର୍ଶନ କରିଥିଲେ। ଡା: ଗୋଦାବରୀଶ ରଥ, ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ। ଶ୍ରୀ ନିଳାଂଚଳ ଚିର୍ଗୁନ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁମାନେ ନାଟକ, କବିତା ପଠନ, କବିଙ୍କ ବେଶ ପ୍ରଦର୍ଶନ, ପ୍ରଶ୍ନ ମଂଚ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଶ୍ରୀ ଜୀବେଶ୍ୱର ପ୍ରଧାନଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande