
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ଭିଜିଲାନ୍ସ ୪
କୋଟି ନଗଦ କ୍ୟାସ ଜବତ କରିବା ଘଟଣାରେ କଂଗ୍ରେସ ବିଧାୟକ ଅଶୋକ ଦାସ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି । ଦୁଇ ବର୍ଷ
ପରେ ବି ଆଉ ଛୁଆ ସରକାର କହିଲେ ହେବ ନାହିଁ । ସରକାରୀ ଅଧିକାରୀଙ୍କ ପାଖରୁ ବର୍ତ୍ତମାନ ଯେଉଁ
କୋଟି କୋଟି ଟଙ୍କା ବାହାରୁଛି ଏଥିପାଇଁ ଦାୟୀ କିଏ । ଉତ୍ତର ଦିଅନ୍ତୁ ରାଜ୍ୟ ସରକାର । ରାଜ୍ୟ
ସରକାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କରନ୍ତୁ ଯାହା ଫଳରେ ଏହି ରୋଗ
ଧୀରେ ଧୀରେ କମିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା