
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)-ଅଶୋକ ଓ ଅରୁଣଙ୍କ
ପରେ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ବରିଷ୍ଠ ବିଧାୟକ ବଦ୍ରି ପାତ୍ର ପ୍ରତିକ୍ରିୟା
ରଖିଛନ୍ତି । ଚତୁର୍ଥ ପ୍ରାର୍ଥୀ ଦେବାକୁ ନବିନଙ୍କୁ କହିଛୁ | ଯେଉଁମାନେ ଦଳରେ ଖଟିଛନ୍ତି, ବରିଷ୍ଠ ଲୋକ,
ବହୁତ ଦିନ ଦଳର ସେବା କଲେଣି ସେମାନେ ପୁରସ୍କୃତ ହୁଅନ୍ତି | ସେଥିପାଇଁ ଏ ପଦବୀ | ଆଶା କରିବା ନବୀନ ବାବୁ ସେଭଳି
ନିଷ୍ପତି ନେବେ । ଚତୁର୍ଥ ପ୍ରାର୍ଥୀ ଦେବାକୁ
ଆମେ ନବୀନଙ୍କୁ କହିଛୁ ବୋଲି ବଦ୍ରି ପାତ୍ର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା