
ଭୁବନେଶ୍ୱର , ୨୫ ଫେବୃଆରୀ (ହି.ସ.) - ରାଜ୍ୟରେ କିଶୋରୀମାନଙ୍କୁ ସର୍ଭିକାଲ କ୍ୟାନ୍ସର ଟିକା ଦିଆଯିବ। ଫେବୃଆରୀ ୨୮ ତାରିଖରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ। ରାଜ୍ୟରେ ଟିକାରକଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ୧୪ ବର୍ଷ ବୟସ୍କ ଯାଏଁ ଝିଅମାନଙ୍କୁ ଗୋଟିଏ ଡୋଜ୍ ଦିଆଯିବ। ୧୪ରୁ ଅଧିକ ବୟସ୍କ ଝିଅଙ୍କୁ ୩ଟି ଡୋଜ୍ ଦିଆଯିବ। ୨୦୨୬-୨୭ ଆର୍ôଥକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ। ଏଥିପାଇଁ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା