
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ସ୍ୱୟଂସେବକ ବଲରାଜ
ମଧୋକ ଜୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଖର ରାଷ୍ଟ୍ରବାଦୀ
ଚିନ୍ତାଧାରାର ବାହକ, ବିଶିଷ୍ଟ ରାଜନେତା ତଥା ସମର୍ପିତ ସ୍ୱୟଂସେବକ ଆଦରଣୀୟ ବଲରାଜ ମଧୋକ ଜୀଙ୍କ ଜୟନ୍ତୀରେ
ଭକ୍ତିପୂତ ପ୍ରଣାମ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ମାତୃଭୂମିର ସେବା ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ତାଙ୍କର ନିଷ୍ଠା ଓ ଆଦର୍ଶ ସର୍ବଦା
ପ୍ରେରଣାଦାୟୀ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା