ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକୀକରଣ ଯୋଜନାର                                                          କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ଅନୁମୋଦନ କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ “ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକୀକରଣ (ପିଏମଏଫଏମଇ)ଯୋଜନା” ର କାର୍ଯ୍ୟକାରିତା ସଂପର୍କିତରାଜ୍ୟସ୍ତରୀୟ ଅନୁମୋଦନ କମିଟିବୈଠକ ମଙ୍ଗଳବାର
ବୈଠକ


ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ “ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ

ଆନୁଷ୍ଠାନିକୀକରଣ (ପିଏମଏଫଏମଇ)ଯୋଜନା” ର କାର୍ଯ୍ୟକାରିତା ସଂପର୍କିତରାଜ୍ୟସ୍ତରୀୟ

ଅନୁମୋଦନ କମିଟିବୈଠକ ମଙ୍ଗଳବାର ଲୋକସେବା

ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ

ହୋଇଯାଇଛି । ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ

କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାରଙ୍କ ପିଏମଏଫଏମଇ ଯୋଜନାର

କାର୍ଯ୍ୟକାରିତା ଅବଧିକୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନା

ମୂଳତଃ ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହାକୁ ଏକ ବର୍ଷ

ପାଇଁ ସମ୍ପ୍ରସାରଣ କରାଯାଇଛି, ଯାହାଦ୍ୱାରା ରାଜ୍ୟର ଅଧିକ

ସଂଖ୍ୟକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ

ଉଦ୍ୟୋଗୀ ଉପକୃତ ହୋଇପାରିବେ।

ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ

ହେଉଛି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକୁ

ଆନୁଷ୍ଠାନିକୀକରଣ କରି ସେମାନଙ୍କୁ ସଂଗଠିତ କ୍ଷେତ୍ରରେ ସାମିଲ କରିବା। ଏଥିପାଇଁ

ଉଦ୍ୟୋଗୀମାନଙ୍କୁ କ୍ରେଡିଟ୍ ଲିଙ୍କ୍ଡ ସବସିଡି ପ୍ରଦାନ କରାଯିବା ସହ ଏଫଏସଏସଏଆଇଲାଇସେନ୍ସ,

ଉଦ୍ୟମ ପଞ୍ଜୀକରଣ ଏବଂ ଜି.ଏସ.ଟି ପଞ୍ଜିକରଣ

କ୍ଷେତ୍ରରେ ବୈଷୟିକ ସହାୟତା ଓ ଆନୁଷଙ୍ଗିକ ସବିଧା ଯୋଗାଇ ଦିଆଯାଉଛି। ଏହି ଯୋଜନାରେ କେନ୍ଦ୍ର

ଓ ରାଜ୍ୟ ସରକାରଙ୍କ ସହାୟତା ଅଂଶଧନ ୬୦:୪୦

ଅନୁପାତରେ ରହିଛି, ଯେଉଁଥିରେ କେନ୍ଦ୍ର

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଜାତୀୟସ୍ତରରେ ଏବଂ ରାଜ୍ୟ ସ୍ତରରେ ଏମଏସଏମଇବିଭାଗ

ସମନ୍ୱୟ ରକ୍ଷା କରି

କାର୍ଯ୍ୟକାରୀ କରୁଛନ୍ତି ।

ଏହି ଯୋଜନା ମାଧ୍ୟମରେ

କ୍ଷୁଦ୍ର ଉଦ୍ୟୋଗୀଙ୍କ ବ୍ୟକ୍ତିଗତ ୟୁନିଟ୍ ସ୍ଥାପନ ସହ ସାମୁହିକ ଭିତ୍ତିଭୂମିର ବିକାଶ,

ବ୍ରାଣ୍ଡିଂ ଏବଂ ମାର୍କେଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଯୋଜନାର ଅବଧି ବୃଦ୍ଧି ହେବା

ଫଳରେ ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର

ଚାଷୀମାନଙ୍କୁ ନିଜର ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନ, ପ୍ୟାକେଜିଂ ଓ ବଜାର ସୁବିଧା ଉନ୍ନତ କରିବା ପାଇଁ ସୁଯୋଗ ପ୍ରଦାନ କରିବ ।ଏହି ଯୋଜନା

ଅଧୀନରେ ହିତାଧିକାରୀମାନଙ୍କ ପାଇଁ ବହୁବିଧ ଆର୍ଥିକ ଏବଂ ବୈଷୟିକ ସୁବିଧା ସୁଯୋଗ ରହିଛି।

ବ୍ୟକ୍ତିଗତ ଉଦ୍ୟୋଗୀମାନଙ୍କୁ ନୂତନ ୟୁନିଟ୍ ସ୍ଥାପନ କିମ୍ବା ପୁରୁଣା ୟୁନିଟ୍ର ଆଧୁନିକିକରଣ

ପାଇଁ ୩୫% ହାରରେ କ୍ରେଡିଟ୍ ଲିଙ୍କ୍ଡ ସବସିଡି ପ୍ରଦାନ କରାଯାଉଛି,

ଯାହାର ସର୍ବାଧିକ ସୀମା ୧୦ ଲକ୍ଷ ଟଙ୍କା ରହିଛି।

ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର

ପ୍ରତ୍ୟେକ ସଦସ୍ୟାଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଏବଂ କ୍ଷୁଦ୍ର ଯନ୍ତ୍ରପାତି କିଣିବା ପାଇଁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତପ୍ରାରମ୍ଭିକ ଧନରାଶି ପୁଞ୍ଜି ( ସିଡ୍ କ୍ୟାପିଟାଲ) ଏବଂ ସର୍ବାଧିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ସାଧାରଣ ଭିତ୍ତିଭୂମି ଯଥା- କୋଲ୍ଡ

ଷ୍ଟୋରେଜ୍, ପ୍ରକ୍ରିୟାକରଣ

କେନ୍ଦ୍ର ଏବଂ ଲାବୋରେଟୋରୀ ସ୍ଥାପନ ପାଇଁ ୩୫% ପର୍ଯ୍ୟନ୍ତ ଅନୁଦାନ ବ୍ୟବସ୍ଥା ରହିଛି। ଏହି

ସମସ୍ତ ସୁବିଧା ସହିତ ଉଦ୍ୟୋଗୀମାନଙ୍କୁ ମାର୍କେଟିଂ, ବ୍ରାଣ୍ଡିଂ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ମଧ୍ୟ ସରକାରୀ ସହାୟତା ଯୋଗାଇ ଦିଆଯାଉଛି,

ଯାହା ସେମାନଙ୍କୁ ପ୍ରତିଯୋଗିତାମୂଳକ ବଜାରରେ ନିଜର

ସ୍ଥିତି ସୁଦୃଢ କରିବାରେ ସାହାଯ୍ୟ କରୁଛି।

ଏହି ଯୋଜନା ଅଧୀନରେ

ବର୍ତ୍ତମାନ ସୁଦ୍ଧା ୩୧,୨୪୪ ଜଣ ସ୍ୱୟଂସହାୟକ ଗୋଷ୍ଠୀହିତାଧିକାରୀସହାୟତା ପାଇଥିବାବେଳେ ୧୧,୫୧୭ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛିଏବଂ ୩୪୩୭ ଜଣ ହିତାଧିକାରୀ କ୍ରେଡିଡ୍ ଆଧାରିତ

ସବସିଡି ପାଇଛନ୍ତି । ଯୋଜନାର

କାର୍ଯ୍ୟକାରିତାରେ ଜାତୀୟସ୍ତରରେ ବାର୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି

ଉଲ୍ଲେଖନୀୟ ରହିଛି ।ପ୍ରମୁଖଉଲ୍ଲେଖନୀୟପ୍ରଦର୍ଶନମଧ୍ୟରେ ଓୟୁଏଟି ସହଯୋଗରେ ଗଂଜାମଜିଲ୍ଲାର ରଙ୍ଗେଇଲୁଣ୍ଡାଠାରେଏକ ମତ୍ସ୍ୟ

ପ୍ରକ୍ରିୟାକରଣ ୟୁନିଟ୍ ଇନ୍କ୍ୟୁବେସନ ସେଣ୍ଟର ସ୍ଥାପିତ ହୋଇଛି।ମୟୁରଭଂଜର ଖୁଣ୍ଟା

ବ୍ଲକରେଏକମିନିଟ୍ରାଇଫୁଡ୍ ଯୁନିଟ୍କୁସହାୟତାଦିଆଯାଇଛି ।

ରାଜ୍ୟରେ ହାରାହାରି ଋଣ ଆକାରର ପରିମାଣ

୮.୨୫ ଲକ୍ଷ ଟଙ୍କା ରହିଛି, ଯାହା ଜାତୀୟ ହାର

୭.୫୦ ଲକ୍ଷ ଟଙ୍କାଠାରୁଅଧିକ । ସେହିପରି ଯୋଜନା

ଅଧୀନରେ ପାଣ୍ଠି ବିନିଯୋଗ ହାର ମଧ୍ୟ ୯୪.୨୦% ରହିଛି, ଯାହା ରାଜ୍ୟରେ ଯୋଜନାର ସଫଳ ରୂପାୟନକୁ ଦର୍ଶାଉଛି ।

ମୁଖ୍ୟ ଶାସନ ସଚିବପିଏମଏଫଏମଇ

ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ କିପରି

ଏସଏଚଜିରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ହୋଇପାରିବେ ଏବଂ ଯୁବକମାନେ ଯୁବଦ୍ୟୋଗୀ ହୋଇପାରିବେ, ସେଥି ନିମନ୍ତେ ବିଭିନ୍ନବିଭାଗ ତରଫରୁ କରାଯାଉଥିବା କାର୍ଯ୍ୟକ୍ରମକୁ ସମ୍ମିଳିତ

(କନଭରଜେନ୍ସ ମୋଡ)ରେ କାର୍ଯ୍ୟକାରୀ କରିବାକୁ

ଏମଏସଏମଇ ବିଭାଗକୁ ଆବଶ୍ୟକ ସମନ୍ୱୟ ପାଇଁ ପରାମର୍ଶ ଦେଇଛନ୍ତି ।

ଏହି

ବୈଠକରେ ଅନ୍ୟମାନଙ୍କ ମଧ୍ୟରେମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ.

ମୃଣାଳିନୀ ଦର୍ଶୱାଲ, କ୍ରୀଡ଼ା ଓ ଯୁବସେବା, ଦକ୍ଷତା ବିକାଶ ଓ ବୈଷୟିକ

ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ,ଏମଏସଏମଇ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ

ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲ

ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ

କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande