
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ମାର୍ଚ୍ଚ
ପ୍ରଥମ ସପ୍ତାହରେ ରତ୍ନ ଭଣ୍ଡାର ଗଣତି ମଣତି ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ସୂଚନା ଦେଇଛନ୍ତି । ଏନେଇ ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି । ଖୁବଶୀଘ୍ର ସମୟ ନିର୍ଘଣ୍ଟ
ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ଆରମ୍ଭ କରିବା ପାଇଁ ଆମେ
ଯୋଜନା କରୁଛୁ । ମ୍ୟାନେଜିଂ କମିଟି ଓ ମନ୍ଦିର ପ୍ରଶାସନକୁ ଦାଇତ୍ୱ ଦିଆଯାଇଛି । ସେମାନେ ଛତିଶା
ନିଯୋଗ ସହିତ କଥା ହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ କଲେ ଠିକ ହେବ ଏହା ପରେ
ତାରିଖ ଘୋଷଣା ହେବ ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା