୯୨ତମ ସଂସ୍କୃତି ଚର୍ଚ୍ଚା ସମାରୋହ ଅନୁଷ୍ଠିତ
ଭୁବନେଶ୍ୱର ,୨୫ ଫେବୃଆରୀ (ହି.ସ.) - ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୯୨ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ଲେଖକ, ସମ୍ପାଦକ ଏବଂ ଶିକ୍ଷାବିତ୍ ଡକ୍ଟର ଗୌରହରି ଦାସ । ମୁଖ୍ୟ ଅତିଥିଭାବରେ ଯୋଗଦାନ କରିଥିଲେ ବ
fgd


ଭୁବନେଶ୍ୱର ,୨୫ ଫେବୃଆରୀ (ହି.ସ.) - ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୯୨ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ଲେଖକ, ସମ୍ପାଦକ ଏବଂ ଶିକ୍ଷାବିତ୍ ଡକ୍ଟର ଗୌରହରି ଦାସ । ମୁଖ୍ୟ ଅତିଥିଭାବରେ ଯୋଗଦାନ କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ, ଦେବପ୍ରସାଦ ଦାଶ, ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ।

ସମ୍ପାନର ମୁଖ୍ୟ ବକ୍ତା ଡକ୍ଟର ଗୌରହରି ଦାସ କହିଥିଲେ ଯେ ବିବର୍ତନବାଦ ତତ୍ୱର ଭାଷ୍ୟକାର ଚାର୍ଲସ ଦାରୱିନ ବୀରଭୋଗ୍ୟା ବସୁନ୍ଧରା ବା ‘ସର୍ଭାଇଭାଲ ଅଫ୍ ଦ ଫିଟେଷ୍ଟ’ କଥା କହିଥିଲେ ମଧ୍ୟ ପରବର୍ତୀ ସମୟରେ ସେ ଏହାର ସଂଶୋଧନ କରିଥିଲେ । ସେ ତାଙ୍କର ଅନ୍ୟ ଏକ ବହିରେ ଉଲ୍ଲେଖ କରିଥିଲେ ଯେ ପ୍ରକୃତରେ ପରୋପକାରୀ ଓ ଦୟାର୍ଦ୍ର ବ୍ୟକ୍ତିମାନେ ବିଜୟୀ ହୋଇ ଥାଆନ୍ତି । ଦାରୱିନ ତାଙ୍କର ଏହି ମତ ମୃତ୍ୟୁର ୧୧ ବର୍ଷ ପୂର୍ବରୁ ଲେଖିଥିବା ଖଣ୍ଡିଏ ଗ୍ରନ୍ଥରେ ଉଲ୍ଲେଖ କରିଥିଲେ । ବାସ୍ତବରେ ମାଂସପେଶୀର ଶକ୍ତି ନୁହେଁ ହୃଦୟର କରୁଣା ଓ ପ୍ରେମ ମନୁଷ୍ୟକୁ ବିଜୟୀ କରିଥାଏ । ଭାରତବର୍ଷର ବିଭିନ୍ନ ରାଜ୍ୟ ମଧ୍ୟରେ ଓଡ଼ିଶା ଏଭଳି ଏକ ଅନନ୍ୟ ରାଜ୍ୟ ଯାହା ହଜାର ହଜାର ବର୍ଷ ଧରି ପ୍ରେମ ଓ କରୁଣାକୁ ଗୁରୁତ୍ୱ ଦେଇ ଆସିଛି

ା ବହୁବର୍ଷ ଧରି ଏ ରାଜ୍ୟ ଜୈନ-ବୌଦ୍ଧ ଧର୍ମର ପ୍ରଭାବରେ ପ୍ରଭାବିତ ହୋଇଥିଲା ବେଳେ ଶ୍ରୀଜଗନ୍ନାଥ ସଂସ୍କୃତି ଏହାକୁ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱରେ ଏକ ମୈତ୍ରୀଭାବରେ ସମଗ୍ର ମଣିଷ ସମାଜକୁ ଦେଖିବାର ସାମର୍ଥ୍ୟ ଦେଇଛି । ସେହିପରି ଭାବରେ ଶୈବଧର୍ମର ତ୍ୟାଗ, ସରଳ ଜୀବନ ଚର୍ଯ୍ୟା ଏବଂ କରୁଣା ମଧ୍ୟ ଓଡ଼ିଶାରେ ଲୋକପ୍ରିୟ । ଓଡ଼ିଆ ସଂସ୍କୃତିର ଏହି ବୈଶିଷ୍ଟ୍ୟ ‘ଦେଉଳତୋଳା’, ‘ଲକ୍ଷ୍ମୀପୁରାଣ’, ‘ସ୍ତୁତିଚିନ୍ତାମଣି’, ‘ଧର୍ମପଦ’ ପରି ବିଭିନ୍ନ ଆଖ୍ୟାୟିକା, ସ୍ତୁତି ଓ କବିତାରେ ବର୍ଣ୍ଣିତ ହଜାର ହଜାର ବର୍ଷର ଉଦାରବାଦୀ ସଂସ୍କୃତି ଓଡ଼ିଶାର ଜନସାଧାରଣଙ୍କୁ ପ୍ରାଚୁର୍ଯ୍ୟ ପାଇଁ ହୃଦୟହୀନ ପ୍ରତିଯୋଗିତା, ରକ୍ତପାତ, ଜାତିଆଣ ବିଦ୍ରୋହ ଇତ୍ୟାଦି ଠାରୁ ଦୂରରେ ରଖିଛି । ଭୌତିକ ଏବଂ ବସ୍ତୁବାଦ ଦୃଷ୍ଟିରୁ ଆଜି ଦୁର୍ବଳ ମନେ ହେଉଥିବା ଓଡ଼ିଶା ଦିନେ ଭାରତରେ ସର୍ବୋତ୍ତମ ରାଜ୍ୟରେ ପରିଣତ ହେବ ଏଥିରେ ସନ୍ଦେହ ନାହିଁ । ଆଜି ପୃଥିବୀର ଯେଉଁ ଯେଉଁ ଦେଶ ସାମରିକ କ୍ଷେତ୍ରରେ ଆଗୁଆ ସେ ଦେଶର ନାଗରିକମାନେ ସୁଖୀ ଜୀବନ ଯାପନ କରୁନାହାନ୍ତି । ଅନ୍ୟପକ୍ଷରେ

ଫିନ୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସୁଇଡ଼େନ୍ ଓ ଭୁଟାନ ପରି ଦେଶର ଲୋକେ ସୁଖ ଶାନ୍ତିରେ ଜୀବନ କାଟୁଛନ୍ତି । ମଣିଷର ଶାନ୍ତି ଓ ସୁଖ ସାମରିକ ସାମର୍ଥ୍ୟଠାରୁ ବଡ଼ ବୋଲି ବୁଦ୍ଧ, ଦଲାଇଲାମା, ବଳରାମ ଦାସ, ଭୀମ ଭୋଇ ଏବଂ ଗୋପବନ୍ଧୁ ଦାସଙ୍କ ପରି ମନୀଷୀମାନେ କହିଯାଇଛନ୍ତି । ଓଡ଼ିଶା ସଂସ୍କୃତିର ମୂଳଦୁଆ ପ୍ରେମ ଓ କରୁଣା ହୋଇଥିବାରୁ ଏହା ଭବିଷ୍ୟତରେ ଭୌତିକ ସମୃଦ୍ଧି ମଧ୍ୟ ଲାଭ କରି ପାରିବ ।

ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ କହିଥିଲେ ଯେ କରୁଣାର ଅର୍ଥ ସମ୍ବେଦନା ନୁହଁ, ଏହା ସମ୍ବେଦନା ଠାରୁ ଆଉ କିଛି ପାଦ ଆଗରେ ଅର୍ଥାତ ସାଥିରେ ରହି ଦୁଃଖ ସହିବା । ଜଗନ୍ନାଥ ସଂସ୍କୃତିରେ କେବଳ ପ୍ରେମ ଅଛି ଏବଂ କରୁଣା ଅଛି । ଓଡ଼ିଶାର ଭୀମ ଭୋଇ କହିଛନ୍ତି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଏହାର ଅର୍ଥ ସମସ୍ତେ ଆନନ୍ଦିତ ହୁଅନ୍ତୁ ଏବଂ ସମସ୍ତଙ୍କର ବିଷାଦ କଟିଯାଉ । ଜଗନ୍ନାଥ ସଂସ୍କୃତି ସହିତ ଯେଉଁମାନେ ସଂଯୋଜିତ ସେମାନେ କେବଳ ଭାବ ପ୍ରବଣ ହୋଇ ପାରନ୍ତି, ପ୍ରେମ ପ୍ରବଣ ହୋଇ ପାରନ୍ତି, କରୁଣା ପ୍ରବଣ ହୋଇ ପାରନ୍ତି, ଯେଉଁଥିପାଇଁ ଜଗନ୍ନାଥଙ୍କୁ ଆମେ ଆମର ଘରର

ମୁରବୀ ମନେ କରୁ ଏବଂ ପ୍ରଥମ ନିମନ୍ତ୍ରଣ ନେଇ ତାଙ୍କ ପାଖରେ ପହଁଞ୍ଚୁ । ଓଡ଼ିଶାକୁ ସମସ୍ତେ ଶାନ୍ତି ପ୍ରିୟ ରାଜ୍ୟ କୁହନ୍ତି କାରଣ ଏଠି ବିଭାଜନ ନାହିଁ, ଆମ ସଂସ୍କୃତିରେ ରହିଛି କେବଳ ସମ୍ବେଦନା, ପ୍ରେମ ଏବଂ କରୁଣା ।

ଆଲୋଚନାଚକ୍ରରେ ଓଡିଶାର ଅନେକ ଗବେଷକ, ଐତିହାସିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଲେଖକ, କବି, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ପରିଶେଷରେ ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande