
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ରାଜ୍ୟସଭା
ନିର୍ବାଚନରେ ପ୍ରସଙ୍ଗରେ ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି, ବିଜେପି ଦୁଇଟି ସିଟ ପକ୍କା ଥିବା ବେଳେ ଏଥର
ଦୁଇରୁ ଅଧିକ ସିଟ ନେଇପାରେ । ତେବେ ରାଜନୀତିରେ ବହୁତ କିଛି ଘଟଣା ଘଟେ । କେତେବେଳେ କିଛି ବି
ହୋଇପାରେ । ଚାରୋଟି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବିଜେପି ୪ ରୁ ଚାରି
ସିଟ ମଧ୍ୟ ହାତେଇପାରେ । ତେବେ ବିଜେପି ହେଉଛି କେନ୍ଦ୍ରୀୟ ପାର୍ଟି । ବିଜେପି
ପାର୍ଲ୍ୟାମେଣ୍ଟରୀ କମିଟି ଏ ନେଇ ନିଷ୍ପତ୍ତି ନେବ । ରାଜ୍ୟସଭା ନିର୍ବାଚନରେ ବିଜେପି କାହାକୁ
କରିବ ପ୍ରାର୍ଥୀ । କେନ୍ଦ୍ର ସ୍ତରରେ ଶେଷ ନିଷ୍ପତ୍ତି ହେବ କାହାକୁ ପ୍ରାର୍ଥୀ କରାଯିବ । ତାପରେ
ନାମାଙ୍କନ ହେବ ବୋଲି ସରୋଜ ପାଢୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା