
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ଭିଜିଲାନ୍ସ ୪
କୋଟି ନଗଦ କ୍ୟାସ ଜବତ ଘଟଣା ନେଇ ବିଜେପି ବିଧାୟକ ସନାତନ ବିଜୁଳିଙ୍କ ବଡ଼ ବୟାନ । ସେ
କହିଛନ୍ତି ଯେ, ଇଏ ୨୪ ବର୍ଷ ଚେର । ଯାହାକୁ ଗୋଟେ ପରେ ଗୋଟେ ବାହାର କରାଯାଉଛି । ପୂର୍ବ
ସରକାରରେ ଏମିତିକା ସବୁ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଥିଲେ । ତାଙ୍କର ସବୁ ଗୋଟେ ଗୋଟେ ପର୍ଦ୍ଦାଫାଶ
ହେଉଛି । ଆହୁରି ବଡ଼ ବଡ଼ ମାଛ ଆଗକୁ ଧରାପଡ଼ିବେ । ଏହି ସରକାରରେ ଯିଏ ବି ଦୁର୍ନୀତି କରିବ ତାକୁ
ନିସ୍ତାର ନାହିଁ । ଡ଼ବଲ ଇଞ୍ଜିନ ସରକାର କେବେ ବି ଦୁର୍ନୀତିକୁ ପ୍ରସୟ ଦେବ ନାହିଁ । ଯେତେ
ପ୍ରଭାବଶାଳୀ ବ୍ୟକ୍ତି କିମ୍ୱା ଯେତେ ବଡ଼ ଅଧିକାରୀ ହୋଇଥିଲେ ବି କାହାକୁ ଛଡ଼ାଯିବ ନାହିଁ ।
ଯିଏ ଦୁର୍ନୀତି କରିବ ତାହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେପି
ବିଧାୟକ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା