୫ମ ଶ୍ରୀ ସଚ୍ଚିଦାନନ୍ଦ ମହୋତ୍ସବ
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ପଂଚମ ଶ୍ରୀ ସଚ୍ଚିଦାନନ୍ଦ ମହୋତ୍ସବରେ ସ୍ମୃତିର ଓଡ଼ିଶା ଚାରିଟେବଲ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଧିନସ୍ତ ବଟିରା ଗ୍ରାମପଂଚାୟତରେ ଋତୁସ୍ରାବ ସମୟରେ ପରିମଳ ଓ ସ୍ୱଚ୍ଛତା ବିଷୟରେ ଏକ ସଚେତନ ଶିବିର ଅନୁଷ୍ଠିତ ହେଇଯାଇଛି। ଏଠି ସ୍ମୃତିର ଓ
୫ମ ଶ୍ରୀ ସଚ୍ଚିଦାନନ୍ଦ ମହୋତ୍ସବ


କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ପଂଚମ ଶ୍ରୀ ସଚ୍ଚିଦାନନ୍ଦ ମହୋତ୍ସବରେ ସ୍ମୃତିର ଓଡ଼ିଶା ଚାରିଟେବଲ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଧିନସ୍ତ ବଟିରା ଗ୍ରାମପଂଚାୟତରେ ଋତୁସ୍ରାବ ସମୟରେ ପରିମଳ ଓ ସ୍ୱଚ୍ଛତା ବିଷୟରେ ଏକ ସଚେତନ ଶିବିର ଅନୁଷ୍ଠିତ ହେଇଯାଇଛି। ଏଠି ସ୍ମୃତିର ଓଡିଶା ସଂଘଠନର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣେନ୍ଦୁ କୁମାର ମିଶ୍ର, ସଦସ୍ୟ ଶ୍ରୀ ମନୋଜ ବିଶ୍ୱାଳ, ବରିଷ୍ଠ ଉପାଧ୍ୟାକ୍ଷା ଶ୍ରୀମତୀ ଦେବସ୍ମିତା ମିଶ୍ର ଏବଂ ଉପ ସଭାପତି ଶ୍ରୀମତୀ ରୋଜାଲିନ ମହାନ୍ତିଙ୍କ ଉପସ୍ଥିତି ଓ ତତ୍ୱାବଧାନରେ ୧୦୦ ରୁ ଉର୍ଦ୍ଧ୍ୱ ଗ୍ରାମୀଣ ମା ଓ ଭଉଣୀ ମାନଙ୍କୁ ଋତୁସ୍ରାବ ସମୟରେ ପରିମଳ ଓ ସ୍ୱଚ୍ଛତା ବିଷୟରେ ବିସ୍ତୃତ ବିବରଣୀ ଦେଇ ବୁଝାଇଦିଆଯାଇଥିଲ। ଏଥିରେ ଟ୍ରଷ୍ଟ୍ରର ବରିଷ୍ଟ ଉପାଧ୍ୟାକ୍ଷା ଦେବସ୍ମିତା ମିଶ୍ର ସାନିଟାରୀ ନ୍ୟାପକିନ ର ଆବଶ୍ୟକତା ଏବଂ ବ୍ୟବହାର ବିଷୟରେ ବୁଝାଇ ଶିବିରରେ ଉପସ୍ଥିତ ସମସ୍ତ ମା ଭଉଣୀ ଏବଂ କିଶୋରୀ ଝିଅମାନଙ୍କ ମଧ୍ୟରେ ନ୍ୟାପକିନ୍ ବିତରଣ କରିଥିଲେ। ଏତଦ୍ ବ୍ୟତୀତ କିଛି ପାନୀୟ ଖାଦ୍ୟ ସହ ଶିବିରର ସମାପନ ହୋଇଥିଲା। ଉପରୋକ୍ତ କାର୍ୟ୍ୟକ୍ରମରେ ସ୍ଥାନୀୟ ସମିତିସଭ୍ୟା ଶ୍ରୀମତୀ ସୁନତି ସାହୁ ଉପସ୍ଥିତ ଥିଲେ। ଶ୍ରୀ ସଚ୍ଚିଦାନନ୍ଦ ସ୍ୱେଛାସେବୀ ସଂଗଠନର ଏହି କାର୍ୟ୍ୟକ୍ରମର ସଫଳ ଆୟୋଜନ କରାଇବାରେ ସହାୟକ ହୋଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande