
ବଲାଙ୍ଗିର, ୨୬ ଫେବୃଆରୀ (ହି.ସ.)- ବଲାଙ୍ଗିର ଜିଲା ତୁରେକେଲା ଥାନା ବୁଢୀବାହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶଳା, ଭିଣୋଇଙ୍କ ମୃତ୍ୟୁ ହୋଇଛି । ବୁଧବାର ରାତିରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ୨ଜଣ ଶଳା ଓ ଭିଣୋଇ ଏକ ମୋଟର ସାଇକେଲ ଯୋଗେ ଡ଼ୁମେରଚୁଆଁ ଗାଁକୁ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ସେଠାରେ କାମ ସାରି ରାତିରେ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବା ଥିବା ବେଳେ ଦୁର୍ଘଟଣା ହୋଇଥିଲା । ଭିଣୋଇ ହରେଶ ମାଝୀ ଓ ତାଙ୍କ ଶଳା ବେଦ ପୁଝାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ତୁରେକେଲା ପୋଲିସ ପହଞ୍ଚି ୨ଶବକୁ ଜବତ କରିଛି । କିପରି ଦୁର୍ଘଟଣା ହେଲା ତାକୁ ନେଇ ପୋଲିସ ଛାନଭିନ୍ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ