ଅଙ୍ଗବାଡ଼ିରୁ ଜବତ ହେଲ ଦେଶୀ ମଦ
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ଅଙ୍ଗନବାଡି କେନ୍ଦ୍ରରୁ ଜବଦ ହେଲା ଦେଶୀ ମଦ। ଗୋଟିଏ ବ୍ୟାଗ ଜବତ ଅନ୍ୟ ବ୍ୟାଗ ନେଇ ସହାୟିକା ଫେରାର। କର୍ମୀଙ୍କୁ ଅଟକ ରଖି ଛାଡିଦେଲା ଅବକାରୀ ପୋଲିସ। କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘଦିନ ହେଲା ମଦ ବିକ୍ରି ହେବାର ଅ
ଅଙ୍ଗବାଡି ରୁ ଜବତ ହେଲ ଦେଶୀ ମଦ


କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ଅଙ୍ଗନବାଡି କେନ୍ଦ୍ରରୁ ଜବଦ ହେଲା ଦେଶୀ ମଦ। ଗୋଟିଏ ବ୍ୟାଗ ଜବତ ଅନ୍ୟ ବ୍ୟାଗ ନେଇ ସହାୟିକା ଫେରାର। କର୍ମୀଙ୍କୁ ଅଟକ ରଖି ଛାଡିଦେଲା ଅବକାରୀ ପୋଲିସ। କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘଦିନ ହେଲା ମଦ ବିକ୍ରି ହେବାର ଅଭିଯୋଗ କରି ଗ୍ରାମର ମହିଳାମାନେ ବିରୋଧ କରି ପରିବାଦ କରିଥିଲେ। ମହିଳାମାନେ ଏକତ୍ରିତ ହୋଇ ଅଙ୍ଗନବାଡ଼ି ଦିଦିଙ୍କ ସହ ଦେଶୀ ମଦ ବ୍ୟାଘ ଜବତ କରି ଅବକାରୀ ବିଭାଗର କେନ୍ଦ୍ରାପଡାକୁ ଖବର ଦେଇଥିଲେ। ଅବକାରୀ ବିଭାଗର ପୋଲିସ ଘଟଣା ସ୍ଥଳରେ ପହଂଚି ମଦ ଜବତ କରିବା ସହ ଦିଦିଙ୍କୁ ଗାଡିରେ ବସାଇ ଅଟକ ରଖି ପଚରାଉଚରା କରିଥିଲା। ପରେ ସରପଂଚଙ୍କ ଜିମାରେ ଅଙ୍ଗନବାଡି ଦିଦିଙ୍କୁ ଛାଡି ଦେଇଥିଲା। ଘଟଣା ସ୍ଥଳରୁ ସହାୟିକା ଫେରାର ହୋଇଯାଇଥିଲେ। କୋମଳମତି ଶିଶୁଙ୍କ ପାଠଶାଳା ଅଙ୍ଗନବାଡ଼ି କେନ୍ଦ୍ରରୁ ଦେଶୀ ମଦ ବାହାରିବା ପୁଣି ଗାଁ ଲୋକେ ଅବକାରୀ ବିଭାଗକୁ ଖବର ଦେଇ ଧରାଇବା ପରେ ଘଟଣା ସ୍ଥଲରେ ଅଙ୍ଗନବାଡି ଦିଦିକୁ ଛାଡି ଦେବା ଏହି ଘଟଣା ଏବେ ସାଧାରଣ ରେ ଅବକାରୀ ବିଭାଗ ଉପରେ ପ୍ରଶ୍ନ ସୃଷ୍ଟି କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande