
ମାଲକାନଗିରି, ୨୬ ଫେବୃଆରୀ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଆୟୁଷ ମଣ୍ଡଳ ରାଜ୍ୟ ସ୍ତରୀୟ ଜୁନିଅର ବ୍ୟାଡମିଣ୍ଟନ ଲେବେଲ ୨ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଚଳିତ ବର୍ଷ ୟୋନେକ୍ସ ସନରାଇଜ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଜୁନିଅର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଲେବେଲ ୨ ରେ ମାଲକାନଗିରି ଜିଲ୍ଲାର ପ୍ରତିଭାବାନ ଖେଳାଳି ଆୟୁଷ ମଣ୍ଡଳ ଭାଗ ନେବା ସହ ଦ୍ୱିତୀୟ ସ୍ଥାନ ଅଧିକାର କରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।
ସେ ଏହା ପୂର୍ବରୁ ବ୍ଳକ୍ ଏବଂ ଜିଲ୍ଲା ସ୍ତରରେ ଏକକ ଓ ଯୁଗଳ ବର୍ଗରେ ଚମ୍ପିଆନ ଆଖ୍ୟା ଅର୍ଜନ କରି ରାଜ୍ୟ ସ୍ତରୀୟ ଜୁନିଅର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ଅଞ୍ଚଳର ପ୍ରଥମ ଖେଳାଳି । କାଲିମେଳା ଭଳି ଅଞ୍ଚଳରୁ ଆୟୁଷ ମଣ୍ଡଳଙ୍କ ଭଳି ଖେଳାଳି ରାଜ୍ୟ ସ୍ତରୀୟ ଜୁନିଅର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ରନର ଅପ୍ ହୋଇ ରାଜ୍ୟ ସ୍ତରରେ ଜିଲ୍ଲାର ନାମ ରୋଶନ କରିଛନ୍ତି । ପୁଅର ଏହି ଉପଲବ୍ଧି ଉଭୟ ପିତା ମାତାଙ୍କ ଦୀର୍ଘ ଦିନର ସଂଘର୍ଷର ଫଳ ଦେବା ସହ ଉଭୟ ପିତା ମାତା ଓ ଆୟୁଷଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ