


ସମ୍ବଲପୁର, ୨୬ ଫେବ୍ରୁଆରୀ (ହି.ସ.) - ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡରମା ରେଞ୍ଜର ଗିରିଧାରୀ ପଧାନଙ୍କ ତତା୍ୱବଧାନରେ ବଡରମା ରେଞ୍ଜ୍ କାର୍ଯ୍ୟାଳୟ ପରିସରରୁ ଏକ ବନାଗ୍ନୀ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ପଂଚାୟତର ସରପଂଚ ବିଜୟ କୁମାର ନାଏକ ଫିତା କାଟି ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାମରା ବନଖଣ୍ଡ ଡ଼ିଏଫଓ ବିକ୍ରମଦେବ ପଟ୍ଟନାୟକ, ଏସିଏଫ ଆଲୋକ କୁମାର ଷଡ଼ଙ୍ଗୀ ଏବଂ ରେଶମା ଲାକ୍ରାଙ୍କ ସହିତ ବଡରମା କଂଟ୍ରୋଲରୁମ ଦାୟିତ୍ୱରେ ଥିବା ଫରେଷ୍ଟର ଅଜମେର ଜୟପୁରିଆ, ଅଫିସ ଦାୟିତ୍ୱରେ ଥିବା ଫରେଷ୍ଟର ଚୂଡ଼ାମଣି ନାଏକ, କୁତବ ଫରେଷ୍ଟର ଆନନ୍ଦ ପରିଡା, ଫରେଷ୍ଟ ଗାର୍ଡ ସୁଦୀପ୍ତା ନାୟକ, ଦେବର୍ଚ୍ଚନା ସୁତାରଙ୍କ ସମେତ ବଡରମା ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ବର୍ତମାନ ମହୁଲ ତୋଳା ଆରମ୍ବ ହେଉଥବା ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଥାଏ । ଏଣୁ ଏହି ସଚେତନତା ରଥ ମାଧ୍ୟମରେ ବଡରମା ରେଞ୍ଜ ଅଧୀନରେ ଥିବା ଗ୍ରାମକୁ ଯାଇ ଜନସାଧାରଣଙ୍କୁ ସଚେତନ କରାଇବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ। ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗର ଆଦେଶ ଅନୁଯାଇ ବାମରା ଡ଼ିଏଫଓ ବିକ୍ରମଦେବ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବଡରମା ରେଞ୍ଜରେ ଏହି କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ସଚେତନତା ଉଦ୍ୟେଶରେ ଆୟୋଜନ କରାଯାଇଥିଲା। ଜଙ୍ଗଲ ବଂଚିଲେ ଆମେ ବଂଚିବା, ଜଙ୍ଗଲରେ ନିଆଁ ଲାଗିଲେ ପରିବେଶକୁ ପ୍ରଭାବିତ କରିବା ସହିତ ବନ୍ୟ ପ୍ରାଣୀଙ୍କୁ ମଧ୍ୟ ପ୍ରଭାବିତ କରିଥାଏ ଯାହା ଫଳରେ ବନ୍ୟ ଯନ୍ତୁ ଗାଁ ମୁହାଁ ହୋଇଥାନ୍ତି ଏବଂ ଜନ ସାଧାରଣଙ୍କ ଧନ ଜୀବନ ନଷ୍ଟ ହୋଇଥାଏ ଏଣୁ କରି ଜଙ୍ଗଲ ସୁରକ୍ଷିତ ରହିଲେ ମନୁଷ୍ୟ ଜୀବନ ସୁରକ୍ଷିତ ରହିବ ବୋଲି ରେଞ୍ଜର ଗିରିଧାରୀ ପଧାନ କହିଥିଲେ। ବିଭାଗ ପକ୍ଷରୁ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେଫ ଆଜିର ଏହି କାର୍ଯ୍ୟକ୍ରମରେ ବନବିଭାଗୀୟ କର୍ମଚାରୀଙ୍କ ସହିତ ପଂଚାୟତବାସୀ ଉପସ୍ଥିତ ରହି ରଥର ଶୁଭାରମ୍ଭ ହୋଇଛି ଏବଂ ଆଗାମୀ ମେ ମାସ ପର୍ଯ୍ୟନ୍ତ ଏହି ରଥ ବଡରମା ପଂଚାୟତ ର ସମସ୍ତ ଗ୍ରାମକୁ ପରିକ୍ରମା କରିବ ଯାହା ଫଳରେ ଲୋକେ ସଚେତନ ହେବେ ଏବଂ ଜଙ୍ଗଲ ବଂଚିଲେ ଆମେ ଏକ ସୁସ୍ଥ ବାତାବରଣ ପାଇ ପାରିବା। ନିଶ୍ଚିତ ଲୋକଙ୍କୁ ଜଣାଇବା କଥା ଜଙ୍ଗଲ ରହିଲେ ଆମେ ବଂଚିବା ଏବଂ ଆଗାମୀ ସମୟରେ ବିଭିନ୍ନ ସଭା ସମିତି ମାଧ୍ୟମରେ ମଧ୍ୟ ଜନସାଧାରଣଙ୍କୁ ଜଙ୍ଗଲରେ ନିଆଁ ନଲଗାବାକୁ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ରହିଛି ଏବଂ ଲୋକଙ୍କୁ ସଚେତନ ମଧ୍ୟ୍ୟ କରିବା ଜରୁରୀ ଏଭଳି କାର୍ଯ୍ୟକ୍ରମ କଲେ ଲୋକେ ସଚେତନ ମଧ୍ୟ ହେବେ ଏବଂ ଆମେ ଏକ ସୁସ୍ଥ ପରିବେଶ ସହିତ ସୁସ୍ଥ ଜୀବନ ମଧ୍ୟ ପାଇବା ବୋଲି ବଡରମା ପଂଚାୟତର ସରପଂଚ ବିଜୟ ନାଏକ ମତପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ