କେନାଲ ଭିତରେ ଖସିଲା ବାଇକ, ସ୍ତ୍ରୀ ମୃତ ସ୍ୱାମୀ ଆହତ
ମାଲକାନଗିରି , ୨୬ ଫେବ୍ରୁଆରି (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -୧୨୬ କେନାଲ ରାସ୍ତାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଗୋଟିଏ ବାଇକରେ ଏମ ଭି -୫୧ ଗ୍ରାମର ପରିତୋଶ ସରକାର ଓ ସ୍ତ୍ରୀ ସୁରୁଚି ସରକାର ଏମ ଭି -୮୧ ରୁ ନିଜ ଘରକୁ ଫେରୁଥି
କେନାଲ ଭିତରେ ଖସିଲା ବାଇକ, ସ୍ତ୍ରୀ ମୃତ ସ୍ୱାମୀ ଆହତ


ମାଲକାନଗିରି , ୨୬ ଫେବ୍ରୁଆରି (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -୧୨୬ କେନାଲ ରାସ୍ତାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଗୋଟିଏ ବାଇକରେ ଏମ ଭି -୫୧ ଗ୍ରାମର ପରିତୋଶ ସରକାର ଓ ସ୍ତ୍ରୀ ସୁରୁଚି ସରକାର ଏମ ଭି -୮୧ ରୁ ନିଜ ଘରକୁ ଫେରୁଥିବା ସମୟରେ ଅପରାହ୍ନ ରେ ଏମଭି -୧୨୬ କେନାଲ ରେ ଥିବା ମୋଡ଼ ରାସ୍ତାରେ ଭାରସାମ୍ୟ ହରାଇ କେନାଲ ଭିତରେ ପଡ଼ିଯାଇଥିଲେ । ଦୁର୍ଘଟଣା ରେ ସ୍ତ୍ରୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହେବାରୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିବା ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande