ଭାରତର ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ ଉପରେ ବହୁ-ଶାସ୍ତ୍ରୀୟ ଅଧ୍ୟୟନ ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଚାରିଟି ପ୍ରକଳ୍ପ
ଜୟପୁର, ୨୬ ଫେବୃଆରୀ (ହି.ସ.)- ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାରତର ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ ଉପରେ ବହୁ-ଶାସ୍ତ୍ରୀୟ ଅଧ୍ୟୟନ ପାଇଁ Indian Council of Social Science Research (ICSSR), ନୂଆଦିଲ୍ଲୀଙ୍କ ବିଶେଷ ଆହ୍ୱାନ ଅନୁସାରେ ଚାରିଟି ମୁଖ୍ୟ ଗବେଷଣା ପ୍ରକଳ୍ପ ହାସଲ କର
ଭାରତର ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ ଉପରେ ବହୁ-ଶାସ୍ତ୍ରୀୟ ଅଧ୍ୟୟନ ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ  ଚାରିଟି ପ୍ରକଳ୍ପ


ଜୟପୁର, ୨୬ ଫେବୃଆରୀ (ହି.ସ.)- ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାରତର ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ ଉପରେ ବହୁ-ଶାସ୍ତ୍ରୀୟ ଅଧ୍ୟୟନ ପାଇଁ Indian Council of Social Science Research (ICSSR), ନୂଆଦିଲ୍ଲୀଙ୍କ ବିଶେଷ ଆହ୍ୱାନ ଅନୁସାରେ ଚାରିଟି ମୁଖ୍ୟ ଗବେଷଣା ପ୍ରକଳ୍ପ ହାସଲ କରିଛି। ବିଶ୍ୱବିଦ୍ୟାଳୟର ଆଠ ଜଣ ଅଧ୍ୟାପିକା-ଅଧ୍ୟାପକ ଏହି ପ୍ରକଳ୍ପଗୁଡ଼ିକରେ ଗବେଷଣା କାର୍ଯ୍ୟ କରିବେ । ଏହା ବାବଦରେ ବିଶ୍ବବିଦ୍ୟାଳୟ ୬୦ ଲକ୍ଷ ଟଙ୍କାରୁ ଅଧିକ ଅନୁଦାନ ପାଇବ।

ଅର୍ଥନୀତି ବିଭାଗର ସହ-ପ୍ରଧ୍ୟାପକ ଡ଼ଃ ପ୍ରଶାନ୍ତ କୁମାର ବେହେରା “From Sacred Walls to Producers’ Doors: Livelihood Dynamics, Cultural Heritage, and Sustainability through GI-Tagged Idital Art of the Lanjia Saura Community of Odisha” ଶୀର୍ଷକ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ଏହି ଅଧ୍ୟୟନରେ ଲଞ୍ଜିଆ ସୌରା ସମୁଦାୟର GI-ଟ୍ୟାଗ୍ଡ୍ ଇଡିତାଲ୍ ଶିଳ୍ପ ମାଧ୍ୟମରେ ଜୀବିକା, ସାଂସ୍କୃତିକ ଐତିହ୍ୟ ଓ ସୁସ୍ଥିରତା ବିଷୟରେ ଗଭୀର ଅନୁସନ୍ଧାନ କରାଯିବ।

ଅନ୍ୟ ଏକ ପ୍ରକଳ୍ପ “Documenting and Translating the Cultural Heritage of the Lanjia Saora PVTG: Art, Folktales, and Folksongs from Rayagada District, Odisha”ର ଇଂରାଜୀ ବିଭାଗର ସହ- ପ୍ରଧ୍ୟାପିକା ଡ଼ଃ ନିର୍ଝରିଣୀ ତ୍ରିପାଠୀ ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରିବେ । ଏହି ପ୍ରକଳ୍ପର ସହ-ନିର୍ଦ୍ଦେଶକ ଭାବେ ଇଂରାଜୀ ବିଭାଗର ସହାୟକ ପ୍ରାଧ୍ୟାପକ ଡ଼ଃ ନେଶା ସବର କାର୍ଯ୍ୟ କରିବେ । ଏହା ମାଧ୍ୟମରେ ରାୟଗଡା ଜିଲ୍ଲାର ଲଞ୍ଜିଆ ସୌରା ସମୁଦାୟର କଳା, ଲୋକକଥା ଓ ଲୋକଗୀତର ଲିପିବଦ୍ଧକରଣ ଓ ଅନୁବାଦ କରାଯିବ।

“Indigenous Family Wisdom and Social Resilience: A Comparative Ethnographic Study of Kutia Kondh, Chuktia Bhunjia, and Didayi Communities in KBK Odisha” ଶୀର୍ଷକ ପ୍ରକଳ୍ପ ଶିକ୍ଷା ବିଭାଗର ସହାୟକ ଅଧ୍ୟାପକ ଡ଼ଃ ଅଭିଜିତ ପଣ୍ଡିତଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମିଳିଛି। ଏହାର ସହ-ନିର୍ଦ୍ଦେଶକ ଭାବେ ପରିସଂଖ୍ୟନ ବିଭାଗର ସହ-ପ୍ରାଧ୍ୟାପକ ଡ଼ଃ ଗୁରଜୀତ ସିଂହ ଵାଲିଆ ଏବଂ ସହାୟକ ଅଧ୍ୟାପକ ଡ଼ଃ ରାହିଲ ଚୌହାନ ଅଛନ୍ତି। ଏହି ଅଧ୍ୟୟନରେ କୁଟିଆ କନ୍ଧ, ଚୁକ୍ଟିଆ ଭୁଞ୍ଜିଆ ଓ ଦିଦାୟୀ ସମୁଦାୟଙ୍କ ପାରମ୍ପରିକ ପରିବାରିକ ଜ୍ଞାନ ଓ ସାମାଜିକ ସହନଶୀଳତାର ତୁଳନାମୂଳକ ଅନୁସନ୍ଧାନ କରାଯିବ।

ଏହା ସହିତ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହ-ପ୍ରଧ୍ୟାପକ ଡ଼ଃ ସୌରଭ ଗୁପ୍ତା “Digital Inclusion and Socio-Cultural Transformation among the Didayi Tribe of Odisha: An Empirical Assessment of ICT Interventions” ପ୍ରକଳ୍ପକୁ ନେତୃତ୍ୱ ଦେଉଛନ୍ତି। ଏହାର ସହ-ନିର୍ଦ୍ଦେଶକ ଭାବେ ଅର୍ଥନୀତି ବିଭାଗର ସହ-ପ୍ରଧ୍ୟାପକ ଡ଼ଃ ମିନତୀ ସାହୁ ଅଛନ୍ତି। ଏହି ପ୍ରକଳ୍ପରେ ଦିଦାୟୀ ଜନଜାତି ମଧ୍ୟରେ ଡିଜିଟାଲ୍ ସମାବେଶ ଓ ସାମାଜିକ-ସାଂସ୍କୃତିକ ପରିବର୍ତ୍ତନର ଅନୁଭବାଧାରିତ ମୂଲ୍ୟାୟନ କରାଯିବ।

ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଏହି ସଫଳତାକୁ ଅପୂର୍ବ ସାଧନା ବୋଲି ବର୍ଣ୍ଣନା କରି ଗବେଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଥିଲେ, “କୋରାପୁଟର ଜନଜାତି ଅଞ୍ଚଳରେ ସ୍ଥାପିତ ବିଶ୍ବବିଦ୍ୟାଳୟର ଲକ୍ଷ୍ୟ ହେଉଛି ଜନଜାତି ଅଧ୍ୟୟନକୁ ଉନ୍ନତ କରିବା। ଓଡିଶାର ଜନଜାତି ସମୁଦାୟଙ୍କ ସେବା ଓ ଅଧ୍ୟୟନ ପାଇଁ ଆମ ଗବେଷକମାନଙ୍କୁ ସୁଯୋଗ ଦେଇଥିବାରୁ ଶିକ୍ଷା ମନ୍ତ୍ରଣାଳୟ ଓ ଆଇସିଏସଏସଆରଙ୍କ ପ୍ରତି ଆମେ କୃତଜ୍ଞତା ଜଣାଉଛୁ ।”

୨୦୦୯ ମସିହାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ ଅନୁସାରେ ସ୍ଥାପିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଉଚ୍ଚଶିକ୍ଷାରେ ସମାନତା ଓ ପ୍ରବେଶକୁ ପ୍ରୋତ୍ସାହନ ଦେବାକୁ ପ୍ରତିବଦ୍ଧ। କୋରାପୁଟର ସୁନ୍ଦର ପରିବେଶରେ ଅବସ୍ଥିତ ବିଶ୍ବବିଦ୍ୟାଳୟର ପରିସରରେ ବର୍ତ୍ତମାନ ୨୦ଟି ବିଭାଗ ରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ ଓ ଗବେଷଣା ପାଇଁ ସାରା ଦେଶରୁ ଛାତ୍ରଛାତ୍ରୀ ଓ ଗବେଷକମାନେ ଆସୁଛନ୍ତି ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼ଃ. ଫଗୁନାଥ ଭୋଇ ଜଣେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande