
କନ୍ଧମାଳ, ୨୬ ଫେବୃଆରୀ (ହି.ସ.)- ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସ କ୍ଳବ ଠାରେ କନ୍ଧମାଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ଅଭୟ ପଟ୍ଟନାୟକଙ୍କ ସଭାପତିତ୍ଵରେ ମିଳିତ ଠିକାଦାର ସଂଘ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଠିକାଦାର ମାନଙ୍କର ସମସ୍ୟା ଶୁଣିବା ସହିତ ରାଜ୍ୟ ସରକାରଙ୍କ ନିକଟରେ ଦାବି ଗୁଡ଼ିକ ଉପସ୍ଥାପନା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ, ସମ୍ପାଦକ ଶାନ୍ତନୁ କୁମାର ପ୍ରଧାନ ଓ ନାରାୟଣ ପ୍ରଧାନ, ଚିତ୍ତରଞ୍ଜନ ସାହୁ ଗୋପାଳ ଚନ୍ଦ୍ର ତ୍ରିପାଠୀ ପ୍ରସନ୍ନ ବିଶୋଇ ପ୍ରମୁଖ ଉପସ୍ଥିତ ରହି ଠିକାଦାର ମୁଖ୍ୟ ସମସ୍ୟା ଗୁଡ଼ିକ ଫୁଲବାଣୀ ବିଧାୟକଙ୍କୁ ଜଣାଇଥିଲେ l
ପ୍ରକାଶ ଥାଉକି, ଫେବୃଆରୀ ୨୦ରୁ ରାଜ୍ୟବ୍ୟାପୀ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ସହ ରାଜରାସ୍ତାକୁ ଓହ୍ଲାଇ ଠିକାଦାର ଏକାଠି ହୋଇ ରାଜ୍ୟର ତିନି ପ୍ରମୁଖ ଠିକାଦାର ସଂଘ ସକଲ, ପି.ଏଚ୍.ଡି ଏବଂ ଇଲେକ୍ଟ୍ରିକାଲ ଓଡିଶାର ବିକାଶର ମୁଖ୍ୟ ସୂତ୍ରଧାର ସାଜିଥିବା ପ୍ରାୟ ୭୦,୦୦୦ ଠିକାଦାରଙ୍କୁ ପ୍ରତିନିଧିତ୍ବ କରୁଥିବା ତିନୋଟି ପ୍ରମୁଖ ସଂଗଠନ ଅଲ୍ ଓଡ଼ିଶା ଠିକାଦାର ମହାସଂଘ, ଅଲ ଓଡ଼ିଶା ଠିକାଦାର ୱେଲଫେୟାର ଆସୋସିଏସନ ଏବଂ ଅଲ୍ ଓଡ଼ିଶା ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଆସୋସିଏସନ – ଏକ ମିଳିତ ମହାମଞ୍ଚ ଗଠନ କରି ନିଜର ୮ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ଶେଷରେ ଚେତାବନୀ ଦେଇଛନ୍ତି।
ମିଳିତ ମଞ୍ଚର ଆବାହକ ଅନିଲ କୁମାର ମହାଲିକଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପତ୍ର ମାଧ୍ୟମରେ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଯଦି ଆସନ୍ତା ୧୮ ଫେବୃଆରୀ ୨୦୨୬ ସୁଦ୍ଧା ସରକାର ଏହି ବାବିଗୁଡ଼ିକ ଉପରେ ବିଚାର ନ କରନ୍ତି, ତେବେ ୨୦ ଫେବୃଆରୀ ୨୦୨୬ ଠାରୁ ରାଜ୍ୟର ସମସ୍ତ ଚାଲୁଥିବା ନିର୍ମାଣ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯିବ ଏବଂ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ l ଦାବିଗୁଡ଼ିକ ସର୍କୁଲାର ରବ୍ଦ, ପୂର୍ବ ବିଭାଗର ସର୍କୁଲାର ନଂ- ୦୭୭୬୪୬୦୦୦୨୨୦୨୫୧୭୩ (ତାରିଖ ୦୩.୦୧.୨୦୨୬) କୁ ଅବିଳମ୍ବେ ରଦ୍ଦ କରି ଟେଣ୍ଡର ମୂଲ୍ୟକୁ ୦.୦୦ ପ୍ରତିଶତରୁ କମ୍ ନକରିବା ପାଇଁ ନୂତନ ଆଇନ ପ୍ରଣୟନ। ଏସ.ଓ.ଆର. ସ୍ଥିରୀକରଣ, କୋଡାଲ ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ନିୟମିତ ଭାବେ ସେଡୁଲ ଅଫ ରେଟଶ (ଏସଓଆର) କରିବା ନଚେତ୍ ପ୍ରତିବର୍ଷ ୧୫ ପ୍ରତିଶତ ବୃଦ୍ଧି କରିବେ । ଟେଣ୍ଡର ସୀମା ବୃଦ୍ଧି, ଶର୍ଟ ଟେଣ୍ଡର କଲ୍ ନୋଟିସ ଦ୍ବାରା ସର୍ବାଧିକ ଟେଣ୍ଡର ମୂଲ୍ୟକୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଏକ ରାଜ୍ୟ ଏକ ଆଇନ, ସମଗ୍ର ରାଜ୍ୟରେ ଷ୍ଟାଣ୍ଡାର୍ଡ ବାଇଣ୍ଡିଙ୍ଗ ଡକୁମେଣ୍ଟ ପ୍ରଚଳନ ଏବଂ ଅରବି୍ଟ୍ରେସନ କ୍ଲଜ ଖଣିଜ ଦ୍ରବ୍ୟ ସମସ୍ୟା, ସଚଳ ଖଣିଗୁଡ଼ିକର ତାଲିକା ପ୍ରସ୍ତୁତ କରି ଟେଣ୍ଡରରେ ଖଣିର ନାମ ସ୍ପଷ୍ଟ ଉଲ୍ଲେଖ କରିବା, ଜରିମାନା ଛାଡ, କାର୍ଯ୍ୟର ସମୟସୀମା ବୃଦ୍ଧି ବେଳେ ଦିନପିଛା ଜରିମାନା ବ୍ୟବସ୍ଥାକୁ ରଦ୍ଦ କରିବା, ଦରଦାମ ବୃଦ୍ଧି ହିସାବ ୨୦୧୨ରୁ ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଦରଦାମର ଉଚିତ ହିସାବ ପ୍ରଦାନ ୱାମିଶ ସ୍ଥାନାନ୍ତର, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ୱାମିଶ ପରିଚାଳନା ହେତୁ ଅଯଥା ବିଳମ୍ୱକୁ ଦୂର କରିବା ପାଇଁ, ମୂଳ ବିଭାଗକୁ ସ୍ଥାନାନ୍ତରିତ ହେବ ଅର୍ଥାତ୍ କାର୍ଯ୍ୟ ବିଭାଗର ଇ-ପ୍ରକ୍ୟୁରମେଣ୍ଟ ସେଲ ଭଳି କାର୍ଯ୍ୟ କରିବା ପାଇଁ ଦାବି କରିଛି l ଆସନ୍ତା କାଲି ଶୁକ୍ରବାର ଦିନ କନ୍ଧମାଳ ସଂଘ ପକ୍ଷରୁ ଭୁବନେଶ୍ୱର ରାଜ ରାସ୍ତlରେ ଧାରଣା ଦେବାକୁ ସ୍ଥିର କରାଯାଇଛି ବୋଲି ଠିକାଦାର ସଂଘ ସଭାପତି ସୂଚନା ଦେଇଛନ୍ତି l ଏହି ସମ୍ମିଳନୀରେ ୫୦ରୁ ଊର୍ଦ୍ଧ୍ଵ ଠିକାଦାର ଯୋଗ ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ