କେନ୍ଦ୍ରାପଡ଼ା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ୟ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ନିଯୁକ୍ତି ମେଳାରେ
କେନ୍ଦ୍ରାପଡା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା


କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ୟ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ନିଯୁକ୍ତି ମେଳାରେ ବିଧାୟକ ମହାକାଳପଡ଼ା ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଯୁକ୍ତି ମେଳାକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ, ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଜିଲ୍ଲାପାଳ ରଘୁରାମ ଆର ଆୟର ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରିଣୀ ଇନ୍ଦିରା ମଲ୍ଲୀକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ନିଯୁକ୍ତିମେଳାର ଆଭିମୁଖ୍ୟ କହିଥିଲେ। ଏହି ନିଯୁକ୍ତି ମେଳାରେ ୫୩ ଟି ଘରୋଇ ସଂସ୍ଥା, ପ୍ରକଳ୍ପ କାର୍ୟ୍ୟାନ୍ୱୟନ ସଂସ୍ଥା ଯୋଗ ଦେଇଥିଲେ। କେତେକ ସଂସ୍ଥା ସିଧାସଳଖ ନିଯୁକ୍ତିର ସୁବିଧା ଥୁବାବେଳେ କେତେକ ସଂସ୍ଥା ନିଯୁକ୍ତିଭିତିକ ତାଲିମ ପରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଚାକିରୀ ଏନ୍ୱେଷଣରେ ଥିବା ୫ମ +୩ ପାସ କରିଥିବା ଯୋଗ୍ୟତାଧାରୀ ୧୮ରୁ ୩୫ ବର୍ଷ ବୟସ ସୀମା ଅନ୍ତର୍ଭୁକ୍ତ ୧୧୬୮ ଜଣ ନିଯୁକ୍ତି ଆଶାୟୀ ମେଳାରେ ଯୋଗଦେଇଥିଲେ। ଦକ୍ଷତାବିକାଶ କାର୍ୟ୍ୟାଳୟର କୃଷ୍ଣଚନ୍ଦ୍ର ସାହୁ ଏବଂ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande