
ମାଲକାନଗିରି, ୨୬ ଫେବୃଆରୀ (ହି.ସ.)-
ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ। ଶେଷରେ ଉତ୍ୟକ୍ତ ହୋଇ ରାଜରାସ୍ତାକୁ ଓଲ୍ହାଇଲେ ଶତାଧିକ ଚାଷୀ। ଆଜି ଏପରି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଏବଂ ପଟ୍ରେଲ ଛକରେ ଦେଖିବାକୁ ମିଳିଛି। ମଣ୍ଡିରେ ଦୀର୍ଘ ଦିନ ହେବ ଧାନ ପଡି ରହିଥିବା ବେଳେ ଉଠୁନି ଧାନ, ଶେଷରେ ବାଧ୍ୟହୋଇ ଆଜି ଏପରି ରାଜରାସ୍ତାରେ ବସ୍ତା ବସ୍ତା ଧାନ ରଖି ରାସ୍ତାରୋକ କରିଥିବା କହିଛନ୍ତି ଚାଷୀ। ଚାଷୀମାନଙ୍କର ୪ ଗୋଟି ଦାବିଗୁଡିକ ହେଲା:- ଧାନ ମଣ୍ଡିରୁ ଧାନ ଯଥାଶୀଘ୍ର ଉଠାଇବା, ଚାଷୀମାନଙ୍କର ଖାଲି ବସ୍ତା ବାବଦକୁ ୧୦ ଟଙ୍କା ଫେରାଇବା, କଟନି ଛଟନି ବନ୍ଦ କରିବା ଏବଂ ମିଲର ମାନଙ୍କ ମନମାନି ବନ୍ଦ କରିବା ଭଳି ଦାବି କରିଥିଲେ ଚାଷୀ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ