
କେନ୍ଦୁଝର, ୨୬ ଫେବ୍ରୁଆରି (ହି.ସ.) - ଏକଲ ଅଭିଯାନ ସଂସ୍କାର ଶିକ୍ଷା ଆନୁକୁଲ୍ୟରେ ଆସନ୍ତା ୨୮/୦୨/୨୦୨୬ ରିଖ ଶନିବାର ସକାଳ ୧୦.୦୦ ଘଟିକା ଠାରୁ ଅପରାହ୍ନ ୪.୦୦ ଘଟିକା ପର୍ଯ୍ୟନ୍ତ ସମ୍ଭାଗ ସ୍ତରୀୟ (ରାଜ୍ୟସ୍ତରୀୟ) ଏକଲ ଶ୍ରୀହରି ସତସଙ୍ଗ ପ୍ରତିଯୋଗିତା କେନ୍ଦୁଝର ଇଂଜିନିୟରିଂ କଲେଜ, ଡ଼ିମୋ ସ୍ଥିତ ଅମୃତ ଜ୍ଞାନପିଠ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମ୍ଭାଗର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀ ଦଳମାନେ ଅଂଶଗ୍ରହଣ କରି ଭଜନ, କୀର୍ତନ ଏବଂ ସତ୍ସଙ୍ଗ ମାଧ୍ୟମରେ ନିଜ ଦକ୍ଷତା ପ୍ରଦର୍ଶନ କରିବେ । ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ, ସାଂସ୍କୃତିକ ମୂଲ୍ୟବୋଧର ବିକାଶ ହେବାକୁ ଲକ୍ଷ୍ୟ ରହିଛି। ଭକ୍ତି ଦିବସରେ କେନ୍ଦୁଝର ଅଂଚଳ ( ଜିଲ୍ଲା ) ସ୍ତରୀୟ ଏକଲ ଶ୍ରୀହରି ସତ୍ସଙ୍ଗ ପ୍ରତିଯୋଗିତା ୧୬ ଟି ରୁ ଚୟନ ହୋଇଥିବା ପ୍ରତିଯୋଗୀ ଦଳକୁ ନେଇ ଅନୁଷ୍ଠିତ ହେବ । ବିଜେତା ଦଳ ସମ୍ଭାଗ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଉକ୍ତ କାର୍ଯ୍ୟକ୍ରମରେ ବିଜେତା ଦଳ ଆସନ୍ତା ୦୨/୦୪/୨୦୨୬ ରିଖ ଠାରୁ ୦୫/୦୪/୨୦୨୬ ରିଖ ପର୍ଯ୍ୟନ୍ତ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଏକଲ ଶ୍ରୀହରି ସତ୍ସଙ୍ଗ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳିବ। ଏହି ଅବସରରେ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ, ଅଭିଭାବକ ଓ ସାଧାରଣ ଜନତାଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ଉତ୍ସବକୁ ଗରିମାମୟ କରିବା ପାଇଁ ଏକଲ ଶ୍ରୀହରି ସତସଙ୍ଗ ସମିତି ଓଡିଶା ସମ୍ଭାଗ ଅଧ୍ୟକ୍ଷ ଡଃ ବସନ୍ତି କୁମାର ଦାନୀ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA