ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ ଅନୁଷ୍ଠିତ
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ତଥା ୫୦ ବର୍ଷର ଗଣତନ୍ତ୍ର ଉପରେ ଆଧାରିତ ବିଷୟବସ୍ତୁ ଉପରେ
ସାନ୍ଧ୍ୟ ସ୍ନାତକ ମହା ବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ ଅନୁଷ୍ଠିତ


କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ତଥା ୫୦ ବର୍ଷର ଗଣତନ୍ତ୍ର ଉପରେ ଆଧାରିତ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାଇଁ ଭାରତ ଯୁବ ଅଧିକାରୀ ଗୋଲୀ ତିରୁପତି ରେଡ୍ଡୀ,ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରିଣୀ ଡ଼. ପଦ୍ମଜା କବି ଶଥପଥୀ ପ୍ରମୁଖ ଯୋଗଦେଇଥିଲେ। ଅଧ୍ୟାପକ ତଥା ପ୍ରାକ୍ତନ ଏନ୍ଏସ୍ଏସ୍ପିଓ ଶିଶିରକାନ୍ତ ମହାପାତ୍ର ମଂଚ ପରିଚାଳନା କରିଥିଲେ। ଜିଲ୍ଲାସ୍ତରୀୟ ୟୁଥ ପାର୍ଲିମେଂଟରେ ୧୫ ଟି ମହାବିଦ୍ୟାଳୟରୁ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ତଥା ଯୁବ ଗୋଷ୍ଠୀ ଯୋଗଦେଇ ନିଜର ନିଜର ଦୃଢ଼ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଚାରକ ମଣ୍ଡଳୀ ଭାବେ ବିଶ୍ୱଜିତ ସାହୁ, ଡ଼.ମନୋରଞ୍ଜନ ରାଉତ,ସେକ ହବିବ,ଡ଼. ତନ୍ମୟ ପ୍ରଧାନ ଉପସ୍ଥିତ ଥିଲେ। ଆଜିର ଉଦଯାପନି ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକ୍ରିଷ୍ଣ ଜେନା କୃତୀ ଅଂଶୁଜା ପାଣି, ଅଭିଜିତ ସାମଲ, ଅଭିଷେକ ପଣ୍ଡା, ରୋହନ ମହାନ୍ତି ଓ ତୁଳସୀ ମଲିକଙ୍କୁ ପୁରସ୍କୃତ କରିଥିଲେ। ଏମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଅଧ୍ୟାପକ ଏନଏସଏସପିଓ ମୃତ୍ୟୁଞ୍ଜୟ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରୁକ୍ମଣି ସାହୁ ସ୍ମିତା ମହାନ୍ତି, ଲକ୍ଷ୍ମୀକାନ୍ତ ଜେନା ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande