ଟ୍ରକ୍- ମୋଟରସାଇକେଲ ମୁହାଁମୁହିଁ ଧକ୍କା : ୪ ଆହତ
ମାଲକାନଗିରି, ୨୬ ଫେବୃଆରୀ (ହି.ସ.)- ଟ୍ରକ୍ ଓ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକଙ୍କ ସହ ସ୍ତ୍ରୀ ଏବଂ ଦୁଇ ପୁଅ ଗୁରୁତର। ମିଳିଥିବା ସୂଚନା ଅନୁଯାୟୀ, ସକାଳ ପାଖାପାଖି ୯ଟା ୪୦ ମିନିଟ ବେଳେ ମାଲକାନଗିରି ପଟୁ ମୋଟରସାଇକେଲରେ ଦୁଇ ପୁଅଙ୍କ ସହ ସ୍ତ୍ରୀ
ଟ୍ରକ୍- ମୋଟରସାଇକେଲ ମୁହାଁମୁହିଁ ଧକ୍କା : ୪ ଆହତ


ମାଲକାନଗିରି, ୨୬ ଫେବୃଆରୀ (ହି.ସ.)-

ଟ୍ରକ୍ ଓ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକଙ୍କ ସହ ସ୍ତ୍ରୀ ଏବଂ ଦୁଇ ପୁଅ ଗୁରୁତର।

ମିଳିଥିବା ସୂଚନା ଅନୁଯାୟୀ, ସକାଳ ପାଖାପାଖି ୯ଟା ୪୦ ମିନିଟ ବେଳେ ମାଲକାନଗିରି ପଟୁ ମୋଟରସାଇକେଲରେ ଦୁଇ ପୁଅଙ୍କ ସହ ସ୍ତ୍ରୀକୁ ନେଇ କୋରୁକୋଣ୍ଡା ଆଡେ ଯାଉଥିବା ସମୟରେ ଏମିଭି-୧୧ ଗାଁ ନିକଟସ୍ଥ ଟେକଗୁଡା ମୁଖ୍ୟ ସଡ଼କରେ ମୋଟରସାଇକେଲଟି ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ମୋଟରସାଇକେଲ ଚାଳକଙ୍କ ଗୋଡ ଭାଙ୍ଗି ଯାଇଥିଲା, ତାଙ୍କ ସ୍ତ୍ରୀଙ୍କର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଦୁଇ ପୁଅଙ୍କ ଗୋଡ଼ ଫ୍ରାକ୍ଚର ଥିବା ଏକ୍ସରେରେ ଜଣାପଡିଛି। ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବିଶେଷଜ୍ଞଙ୍କ ଯାଞ୍ଚ ପରେ ସମସ୍ତଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ରେଫର କରାଯିବ ବୋଲି ଡାକ୍ତର କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande