
ଜୟପୁର, ୨୬ ଫେବ୍ରୁଆରି (ହି.ସ.) - ଜୟପୁର ସହରକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରିବା ପାଇଁ ଆଜି ଜିଲ୍ଲା ଦାବି କାର୍ଯ୍ୟାନୁଷ୍ଠାନ କମିଟିର ଏକ ୧୫ ଜଣିଆ ଟିମ ଭୁବନେଶ୍ୱର ଗସ୍ତରେ ଯାଇଛନ୍ତି। ଗତକାଲି ଜୟପୁରରୁ ବାହାରି ଆଜି ସକାଳୁ ଭୁବନେଶ୍ୱରରେ ପହଁଚିଥିଲେ। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ତାଙ୍କ ଅନୁପସ୍ଥିତିରେ ରାଜସ୍ୱ ଏବପ୍ସ ବିପର?୍ୟ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଜୟପୁର ଜିଲ୍ଲା ନିର୍ମାଣ କରିବାରେ ତତ୍ପରତା ଦେଖାଇବା ଏବପ୍ସ ତାହାର ଯଥାର୍ଥତା ବିଷୟରେ ଦାବି ପତ୍ରରେ ଉଲ୍ଲେଖ କରିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ନୂତନ ଜିଲ୍ଲା ଗଠନ ପ୍ରତି ଶିଘ୍ର ବିଚାର କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ବର୍ତମାନର କୋରାପୁଟ ଜିଲ୍ଲା ରୁ ଜୟପୁର ଉପଖଣ୍ତର ୫ଟି ବ୍ଲକ ସହ ଲମତାପୁଟ ଓ ନନ୍ଦପୁରକୁ ମିଶାଇଏକ ନୂତନ ଜୟପୁର ଜିଲ୍ଲା ଗଠନ କରିବା ପାଇଁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଦାବି କାର୍ଯ୍ୟାନୁଷ୍ଠାନ କମିଟିର ବୁଲୁ ଦେବଶର୍ମା, ଗୁପ୍ତ ପାଣିଗ୍ରାହୀ,ସନମୁଖା ଶ୍ରୀନୁ, ପ୍ରକାଶ ମିଶ୍ର, ଆନନ୍ଦ ମିଶ୍ର, ସଦ୍ଧାର୍ଥ ପାତ୍ର ସହ ଅନ୍ୟମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି