କେନ୍ଦ୍ରାପଡା ପୈାରାଂଚଳରୁ ହଟାଗଲା ବେଆଇନ୍ ବ୍ୟାନର୍
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳର ତିନିମୁହାଣୀ ଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିନା ଅନୁମତିରେ ବେଆଇନ୍ ଭାବେ ଲଗାଯାଇ ଥିବା ବ୍ୟାନର ଓ ପୋଷ୍ଟରକୁ ପୈାର ପ୍ରଶାସନ ଦ୍ୱାରା ବାହାର କରି ଦିଆଯାଇଛି। ରାସ୍ତା କଡରେ ବିଭିନ୍ନ ଛକ, କାନ୍ଥ ଓ ଗଛଗୁଡିକରେ ବଡବଡ
---------------କେନ୍ଦ୍ରାପଡା ପୈାରାଂଚଳରୁ ହଟାଗଲା ବେଆଇନ୍ ବ୍ୟାନର୍ ।


କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳର ତିନିମୁହାଣୀ ଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିନା ଅନୁମତିରେ ବେଆଇନ୍ ଭାବେ ଲଗାଯାଇ ଥିବା ବ୍ୟାନର ଓ ପୋଷ୍ଟରକୁ ପୈାର ପ୍ରଶାସନ ଦ୍ୱାରା ବାହାର କରି ଦିଆଯାଇଛି। ରାସ୍ତା କଡରେ ବିଭିନ୍ନ ଛକ, କାନ୍ଥ ଓ ଗଛଗୁଡିକରେ ବଡବଡ କାଠ ବାଡେଇ ବାଉଁଶପୋତି ବିଭିନ୍ନ ରାଜନୈତିକ ଦଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବଡବଡ ଦୋକାନୀଙ୍କବ୍ୟାନର ଗୁଡିକ ନିଜ ମନ ମୁତାବକ ଲଗାଇ ଥିଲେ। ପୈାର ସଂସ୍ଥାରୁ ଏମାନେ କୌଣସି ଅନୁମତି ନେଇ ନଥିବାରୁ ଅଭିଯୋଗ ହେବାପରେ ପୈାର ପ୍ରଶାସନ କର୍ମଚାରୀ ଏହାକୁ ବାହାର କରି ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande