ମହାକାଳପଡ଼ା ବିଧାୟକଙ୍କ ନିର୍ବାଚନୀ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ମହାକାଳପଡା ବିଧାୟକଡଃ. ଦୁର୍ଗାପ୍ରସନ୍ନ ନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ବୁଧବାର ଶ୍ରୀ ନାୟକ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍‌.ଆର୍‌. ଆୟାର, ଅ
ମହାକାଳପଡା ବିଧାୟକଙ୍କ ନିର୍ବାଚନୀ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା


କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ମହାକାଳପଡା ବିଧାୟକଡଃ. ଦୁର୍ଗାପ୍ରସନ୍ନ ନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ବୁଧବାର ଶ୍ରୀ ନାୟକ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍‌.ଆର୍‌. ଆୟାର, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ମୁଖ୍ୟ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଜାମ୍ଭର ମହାନ୍ତି, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ଓ ମହାକାଳପଡା ବିଡିଓଙ୍କ ସମେତ ଡେପୁଟି କଲେକ୍ଟରଙ୍କ ଉପସ୍ଥିତିରେ ତାଙ୍କ ନିର୍ବାଚନ ମଣ୍ଡଳୀରେବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କାର୍ଯ୍ୟ ଗୁଡିକୁ ତୁରନ୍ତ ସମାପ୍ତ କରିଜନସାଧାରଣଙ୍କ ହିତରେ ଲଗାଇବା ପାଇଁ ପ୍ରକାଶ କରିଥିଲେ ଏବଂ ନୂତନ ଯୋଜନାଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ଜିଲ୍ଲାର ବଡବଡ ପ୍ରକଳ୍ପ ଗୁଡିକୁ ତୁରନ୍ତ ସମୟ ସୀମା ମଧ୍ୟରେ ତୁରନ୍ତ ସାରିବା ପାଇଁ ଆଲୋଚନା କରିଥିଲେ। ଜିଲ୍ଲାରବିକାଶ ପାଇଁଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବା ସହ କୈାଣସି ସ୍ଥାନରେ ଯୋଜନା ଗୁଡିକୁ ଆଗେଇ ନେବାରେ କୈାଣସି ବାଧାବିଘ୍ନ ଆସିଲେ ସେଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande