ମହିଳା ଶିଶୁ ବିକାଶ କମିଶନରଙ୍କ ପୃଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନ
କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼.ମୃଣାଳିନୀ ଦାରସୱାଲ କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଥିବା ପୃଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନ କରିଛନ୍ତି। ପୁନର୍ବାସ କେନ୍ଦ୍ରରେ ଥିବା ସମସ୍ତ ମା ମାନଙ୍କୁ ସେମାନଙ୍କ ଶିଶୁର ସ୍ୱାସ୍ଥ
ମହିଳା ଶିଶୁ ବିକାଶ କମିଶନରଙ୍କ ପୃଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନ


କେନ୍ଦ୍ରାପଡ଼ା,୨୬ ଫେବୃଆରୀ(ହି.ସ.) – ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼.ମୃଣାଳିନୀ ଦାରସୱାଲ କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଥିବା ପୃଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନ କରିଛନ୍ତି। ପୁନର୍ବାସ କେନ୍ଦ୍ରରେ ଥିବା ସମସ୍ତ ମା ମାନଙ୍କୁ ସେମାନଙ୍କ ଶିଶୁର ସ୍ୱାସ୍ଥ୍ୟ କଥା ପଚାରି ବୁଝିଛନ୍ତି। ଶିଶୁଙ୍କ ଉତମ ଯତ୍ନ ନେବାକୁ କମିଶନର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମା ମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ବୁଝିଛନ୍ତି। କମିଶନର ବିଭାଗୀୟ ଅଧିକାରୀଙ୍କୁ କିପରି ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ କମିଶନର ୱାନ ଷ୍ଟପ ସେଂଟର(ସଖି) ପରିଦର୍ଶନ କରି ବିଭିନ୍ନ ସଂକ୍ରାନ୍ତରେ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande