ମାଲପଡା ନାଗରିକ କମିଟିର ବୈଠକ
ବଲାଙ୍ଗିର, ୨୬ ଫେବୃଆରୀ (ହି.ସ.)- ମାଲପଡା ନାଗରିକ କମିଟିର ଏକ ବିଶେଷ ଅଧିବେଶନ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପଡାର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଆଲୋଚନା କରାଯାଇଥିଲା । ଏହା ବ୍ୟତିତ ମାଲପଡା ଅଂଚଳର କେତେକ ସଦସ୍ୟ ନାଗରିକ କମିଟି ବଲାଙ୍ଗିରର
ମାଲପଡା ନାଗରିକ କମିଟିର ବୈଠକ


ବଲାଙ୍ଗିର, ୨୬ ଫେବୃଆରୀ (ହି.ସ.)- ମାଲପଡା ନାଗରିକ କମିଟିର ଏକ ବିଶେଷ ଅଧିବେଶନ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପଡାର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଆଲୋଚନା କରାଯାଇଥିଲା । ଏହା ବ୍ୟତିତ ମାଲପଡା ଅଂଚଳର କେତେକ ସଦସ୍ୟ ନାଗରିକ କମିଟି ବଲାଙ୍ଗିରର ନିର୍ବାଚନରେ ଭାଗ ନେଇ ଜୟଯୁକ୍ତ ହୋଇଥିବାରୁ ନୂତନ ନିର୍ବାଚିତ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ନିମନ୍ତ୍ରିତ ଅତିଥି ଭାବରେ ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରଭାକର ମିଶ୍ର ଯୋଗଦାନ କରିଥିଲେ ଓ ନୂତନ ନିର୍ବାଚିତ ସଦସ୍ୟମାନଙ୍କୁ ପ୍ରଭାକର ମିଶ୍ର ଓ ପଡାର କାଉନସିଲର ମହେନ୍ଦ୍ର କୁମାର ବାଗ ସମ୍ବର୍ଦ୍ଧିତ କରିଥିଲେ ।

ନୂତନ ନିର୍ବାଚିତ ସଦସ୍ୟ ହେଲେ ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର, କୋଷାଧ୍ୟକ୍ଷ ତ୍ରିନାଥ ସାହୁ, କାର୍ଯ୍ୟକାରୀ ସଦସ୍ୟ ଭାବରେ ପ୍ରଫେସର ତରୁଣ କୁମାର ମିଶ୍ର, ପ୍ରଦୀପ କୁମାର ସାହୁ, ପ୍ରକାଶ ନେପାକ, ଚନ୍ଦ୍ରମଣି ଭାଟି, ମୋତିଲାଲ ସାହୁ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ କମିଟିର ସଂପାଦକ ପଂଚାନନ ସେଠ, କୋଷାଧ୍ୟକ୍ଷ ଦିବାକର ହୋତା, ବରିଷ୍ଠ ସଭ୍ୟ ଆକୁଳ ବେହେରା, ବିମଲ କୁମାର ଚକ୍ରବର୍ତ୍ତି, ଦେବଜିତ ଯୋଷୀ, ଅମୀୟ କୁମାର ମିଶ୍ର, ଗଣେଷ ବେହେରା, ସୂର୍ଯ୍ୟଭାନୁ ମିଶ୍ର, ପ୍ରଦୀପ ନେପାକ, ସନ୍ତୋଷ ଅଗ୍ରୱାଲା, ସୁରେଶ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ସାହୁ । ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande