
ନୂଆପଡ଼ା, ୨୬ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପିଏମ୍ ଶ୍ରୀ ରାଜା ଆର୍ତ୍ତତ୍ରାଣ ଐତିହ୍ୟ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଗଣିତ ଚକ୍ର ଓ ପ୍ରଦର୍ଶନୀ ସମାରୋହ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ବେହେରା, ଗୌରାଙ୍ଗ କୁମାର ସାହୁ ଓ ପ୍ରଭୁଦତ୍ତ ପୁରୋହିତ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବୃତ୍ତର ପରିଧି ନିର୍ଣ୍ଣୟ, ପିଥାଗୋରସ ଉପପାଦ୍ଯ ତଥା ବିଭିନ୍ନ ଗାଣିତିକ, ଜ୍ଯାମିତି ଓ ତ୍ରିକୋଣମିତି କୌଶଳକୁ ନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।
ଛାତ୍ର ଜାହିଦ ଖାନ, ନାନେଶ ଧୀବର, କାର୍ତିକ ତାଣ୍ଡି , ହିତେଶ ସାହୁ, ରାଜବୀର ବହିଦାର, କ୍ରୀଷ୍ଣା ଶବର, ସୁମିତ ରଣା , ମାମାଲି ପଟେଲ ଓ ସୋନମ ପରବିନ୍ ପ୍ରକଳ୍ପ ପ୍ରଦର୍ଶନରେ କୃତିତ୍ୱ ହାସଲ କରିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ