ରାଜ୍ୟସଭା ପ୍ରାର୍ଥୀ ନିଷ୍ପତ୍ତି ନେବେ ନବୀନ ପଟ୍ଟନାୟକ : ପ୍ରମିଳା ମଲ୍ଲିକ
ଭୁବନେଶ୍ୱର 26 ଫେବ୍ରୁଆରି (ହି.ସ.) ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ସମ୍ପର୍କିତ ଶେଷ ନିଷ୍ପତ୍ତି ନେବେ ବୋଲି ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ବିଜେଡି ପିଏସି ବୈଠକ ପରେ ସେ କହିଛନ୍ତି ଯେ, କମିଟି ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଚୟନର ଦାୟିତ୍ୱ ଦିଆଯାଇଛି ଏବଂ ଯାହା
ରାଜ୍ୟସଭା ପ୍ରାର୍ଥୀ ନିଷ୍ପତ୍ତି ନେବେ ନବୀନ ପଟ୍ଟନାୟକ : ପ୍ରମିଳା ମଲ୍ଲିକ


ଭୁବନେଶ୍ୱର 26 ଫେବ୍ରୁଆରି (ହି.ସ.) ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ସମ୍ପର୍କିତ ଶେଷ ନିଷ୍ପତ୍ତି ନେବେ ବୋଲି ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ବିଜେଡି ପିଏସି ବୈଠକ ପରେ ସେ କହିଛନ୍ତି ଯେ, କମିଟି ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଚୟନର ଦାୟିତ୍ୱ ଦିଆଯାଇଛି ଏବଂ ଯାହା ନିଷ୍ପତ୍ତି ହେବ ସମସ୍ତେ ତାହାକୁ ମାନିବେ।

ସେ କହିଛନ୍ତି ଯେ ରାଜ୍ୟସଭାର ଗୋଟିଏ ଆସନ ବିଜେଡି ଖାତାକୁ ଯାଉଛି। ଦଳ କେତୋଟି ପ୍ରାର୍ଥୀ ଦେବ, ସେଥିପାଇଁ ମଧ୍ୟ ଶେଷ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବେ।

ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ୬ଟି ସେଟ୍‌ ନାମାଙ୍କନ ଫର୍ମ କିଣିଥିବା ବେଳେ, ବିଧାନସଭା ସମ୍ମିଳନୀ କକ୍ଷରୁ ସସ୍ମିତ ପାତ୍ର ଫର୍ମ ସଂଗ୍ରହ କରିଥିବା ଜଣାପଡ଼ିଛି।

--------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande