ଓଡ଼ିଶା ସୂଚନା କମିଶନର ରେକର୍ଡ ସଂଖ୍ୟକ ଫଇସଲା, ଦଶ ମାସରେ ୧୨୦୦୦ ମାମଲାର ନିଷ୍ପତି
ଭୁବନେଶ୍ୱର, 26 ଫେବୃଆରୀ (ହି.ସ.) ବିଗତ ଦଶ ମାସରେ ୧୨୯୨୮ଟି ମାମଲା ଫଇସଲା କରି ଓଡ଼ିଶା ସୂଚନା କମିଶନ ଏକ ଐତିହାସିକ ରେକର୍ଡ ହାସଲ କରିଛି। ବିଚାରାଧୀନ ମାମଲା ସଂଖ୍ୟା ୨୨୬୧୧ ରୁ ୯୬୮୩ କୁ ହ୍ରାସ ପାଇଛି । ନୂତନ ସରକାରଙ୍କ ଦ୍ଵାରା ରାଜ୍ୟ ମୁଖ୍ୟ ସୂଚନା ଅଧିକାରୀ ଏବଂ ତିନି ଜଣ ନୂତନ ସୂଚନା କମିଶନ
ଓଡ଼ିଶା ସୂଚନା କମିଶନର ରେକର୍ଡ ସଂଖ୍ୟକ ଫଇସଲା, ଦଶ ମାସରେ ୧୨୦୦୦ ମାମଲାର ନିଷ୍ପତି


ଭୁବନେଶ୍ୱର, 26 ଫେବୃଆରୀ (ହି.ସ.) ବିଗତ ଦଶ ମାସରେ ୧୨୯୨୮ଟି ମାମଲା ଫଇସଲା କରି ଓଡ଼ିଶା ସୂଚନା କମିଶନ ଏକ ଐତିହାସିକ ରେକର୍ଡ ହାସଲ କରିଛି। ବିଚାରାଧୀନ ମାମଲା ସଂଖ୍ୟା ୨୨୬୧୧ ରୁ ୯୬୮୩ କୁ ହ୍ରାସ ପାଇଛି । ନୂତନ ସରକାରଙ୍କ ଦ୍ଵାରା ରାଜ୍ୟ ମୁଖ୍ୟ ସୂଚନା ଅଧିକାରୀ ଏବଂ ତିନି ଜଣ ନୂତନ ସୂଚନା କମିଶନରଙ୍କ ନିଯୁକ୍ତି ପରେ ସୂଚନା କମିଶନର ଫଇସଲାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବଶ୍ୟକ ସୂଚନା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ କମିଶନ ଗୁରୁତ୍ବ ପ୍ରଦାନ କରୁଛନ୍ତି । ମାମଲାଗୁଡିକର ଦ୍ରୁତ ନିଷ୍ପତି ତଥା ଅନାବଶ୍ୟକ ସ୍ଥଗିତତା ଏଡାଇବା ଉପରେ ମଧ୍ୟ କମିଶନ ଧ୍ୟାନ ଦେଉଛି।

୨୦୨୧ ଏବଂ ୨୦୨୨ ବର୍ଷର ସମସ୍ତ ବିଚାରାଧୀନ ମାମଲାର ଫଇସଲା ହୋଇଥିବାବେଳେ ୨୦୨୩ ଏବଂ ୨୦୨୪ ବର୍ଷର ଅଳ୍ପ କିଛି ମାମଲା ଫଇସଲା ହେବାକୁ ବାକି ଅଛି। କମିଶନ ଏବେ ୨୦୨୫ ଏବଂ ୨୦୨୬ ରେ ଦାଖଲ ହୋଇଥିବା ନୂତନ ମାମଲାଗୁଡ଼ିକର ଶୁଣାଣି ଆରମ୍ଭ କରିଛି।

ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ କମିଶନ ପ୍ରତ୍ୟେକ ପ୍ରାର୍ଥୀଙ୍କ ସାକ୍ଷାତକାର ମାର୍କ ସାର୍ବଜନୀନ କରିବା ପାଇଁ ଓଡ଼ିଶା ଲୋକସେବା କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି। ସଫଳ ଏବଂ ବିଫଳ ପ୍ରାର୍ଥୀମାନଙ୍କୁ ଦକ୍ଷତା ପରୀକ୍ଷା ଏବଂ କମ୍ପ୍ୟୁଟର ପରୀକ୍ଷା ମାର୍କ ପ୍ରଦାନ କରିବାକୁ ଓଡ଼ିଶା କର୍ମଚାରୀ ଚୟନ କମିଶନକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ କ୍ଷେତ୍ରରେ ଜନସୂଚନା ଅଧିକାରୀମାନେ ସୂଚନା ଉପଲବ୍ଧ ନ ଥିବା ଦର୍ଶାଇ ଆବେଦନକାରୀଙ୍କୁ ସୂଚନା ଦେବାରୁ ବଞ୍ଚିତ କରୁଥିଲେ । କମିଶନ ଏହାକୁ ଗମ୍ଭୀର ଭାବରେ ବିଚାର କରି ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ କରିଛନ୍ତି ଏବଂ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ତଦନ୍ତ କରାଯାଇ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କିଛି ଅଭ୍ୟାସଗତ ଆବେଦନକାରୀ ନକଲି ବିପିଏଲ୍ କାର୍ଡ ବ୍ୟବହାର କରି ସରକାରଙ୍କଠାରୁ ମାଗଣାରେ ସୂଚନା ଦାବି କରୁଥିଲେ ତଥା ଶହ ଶହ ଆବେଦନ ଦାଖଲ କରି ସରକାରଙ୍କୁ ହଇରାଣ କରୁଥିଲେ । କମିଶନ ଏପରି ମାମଲାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ମାମଲାରେ ଯେଉଁଠାରେ ବଲାଙ୍ଗୀରର ଜଣେ ବ୍ୟକ୍ତି ସୂଚନା ଅଧିକାର ଆବେଦନ ପ୍ରତ୍ୟାହାର କରିବା ପାଇଁ ପିଆଇଓଙ୍କଠାରୁ ଲାଞ୍ଚ ମାଗୁଥିବାର ଜଣାପଡ଼ିଥିଲା, ତାହାକୁ ତଦନ୍ତ ପାଇଁ ପୋଲିସକୁ ପଠାଯାଇଛି। ସୂଚନା ଯୋଗାଣରେ ଅହେତୁକ ବିଳମ୍ବ ପାଇଁ କମିଶନ ଦୋଷୀ ଅଧିକାରୀମାନଙ୍କ ଉପରେ 1,47,76,250/- ଟଙ୍କା ଜରିମାନା ଲଗାଇଛନ୍ତି। ଏକ ସାମ୍ପ୍ରତିକ ମାମଲାରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡା ସୂଚନା ଅଧିକାର ଆଇନ ଉଲ୍ଲଂଘନ ପାଇଁ ଗଞ୍ଜାମ ଜିଲ୍ଲାର ପୋଲିସ ଅଧିକାରୀଙ୍କ ଉପରେ 25,000/- ଟଙ୍କା ଜରିମାନା ଲଗାଇଛନ୍ତି। ସମାନ ବିଷୟ ଉପରେ ଏକାଧିକ ଆବେଦନ ମାଧ୍ୟମରେ ଦାଖଲ ହେଉଥିବା ଆରଟିଆଇ ଆବେଦନଗୁଡ଼ିକୁ ତନଖି କରିବା ପାଇଁ କମିଶନ ଆବେଦନଗୁଡ଼ିକର ଯାଞ୍ଚ ମଧ୍ୟ ଆରମ୍ଭ କରିଛନ୍ତି। ନିୟମିତ କର୍ମଚାରୀ ଅଭାବ ସତ୍ତ୍ୱେ କମିଶନ ପ୍ରତି ମାସରେ 1500 ମାମଲା ସମାଧାନ କରୁଛନ୍ତି। ପ୍ରତି ମାସରେ ଆବେଦନକାରୀଙ୍କ ଦ୍ଵାରା ହାରାହାରି 500 ମାମଲା ଦାଖଲ ହେଉଛି ।

କମିଶନଙ୍କ ନିଷ୍ପତିର କାର୍ଯ୍ୟାନ୍ୱୟନ ସ୦ବଧିତ ଅଭିଯୋଗଗୁଡିକର ନିରୀକ୍ଷଣ ନିମନ୍ତେ କମିଶନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହା ରାଜ୍ୟ ସରକାରଙ୍କୁ ଏ ସମ୍ବନ୍ଧରେ ବିହିତ କାର୍ୟନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଉଛି ।

--------------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande