ପିଇଓଙ୍କ ଖାମଖିଆଲି ମନୋଭାବ, ଜୀବିତଙ୍କୁ ମୃତ ଘୋଷଣା କରି ବୃଦ୍ଧାଙ୍କ ଭତ୍ତା ବନ୍ଦ
ନୂଆପଡ଼ା, ୨୬ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦି ଗ୍ରାମପଞ୍ଚାୟତର ବୃଦ୍ଧା ଚନ୍ଦ୍ରା ପଟେଲ। ସ୍ବାମୀ ମରିବା ପରେ କୋଡ଼ିଏ ବର୍ଷ ହେବ ଭତ୍ତା ପାଇ ଆସୁଥିଲେ। ତାଙ୍କୁ ବର୍ଦ୍ଧିତ ଭତ୍ତା ଏକ ହଜାର ଟଙ୍କା ମିଳି ଆସୁଥିଲା। ଏହା ସେ ଆକାଉଣ୍ଟରେ ପାଉଥିଲେ। କିନ୍ତୁ, ଗତବର୍ଷ ମେ ମାସରୁ
Bruddha nku mruta darshai bhatta band


ନୂଆପଡ଼ା, ୨୬ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦି ଗ୍ରାମପଞ୍ଚାୟତର ବୃଦ୍ଧା ଚନ୍ଦ୍ରା ପଟେଲ। ସ୍ବାମୀ ମରିବା ପରେ କୋଡ଼ିଏ ବର୍ଷ ହେବ ଭତ୍ତା ପାଇ ଆସୁଥିଲେ। ତାଙ୍କୁ ବର୍ଦ୍ଧିତ ଭତ୍ତା ଏକ ହଜାର ଟଙ୍କା ମିଳି ଆସୁଥିଲା। ଏହା ସେ ଆକାଉଣ୍ଟରେ ପାଉଥିଲେ। କିନ୍ତୁ, ଗତବର୍ଷ ମେ ମାସରୁ ଭତ୍ତା ମିଳିବା ବନ୍ଦ ହୋଇଗଲା। ସେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ଜଣାପଡିଲା ତାଙ୍କୁ ମୃତ ଘୋଷିତ କରାଯାଇଥିବାରୁ ଭତ୍ତା ବନ୍ଦ କରାଯାଇଛି। ସେ ଏନେଇ ଖଡ଼ିଆଳ ବିଡ଼ିଓ ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳି ପାରିନି। ଚନ୍ଦ୍ରାଙ୍କ ଦେହ ସବୁବେଳେ ଅସୁସ୍ଥ ରହୁଥିବା ବେଳେ ଭତ୍ତା ଟଙ୍କାରେ ଔଷଧ କିଣି ଖାଉଥିଲେ। ଏବେ ଗୋଡ ହାତ ସହ ଅଣ୍ଟା ଦରଦ ହେଉଛି। ପରିବାର ଲୋକଙ୍କ ବିନା ସାହାରାରେ ସେ ଉଠି ବସି ପାରୁ ନାହାନ୍ତି। ଅସୁସ୍ଥ ରହୁଥିଲେ ମଧ୍ୟ ଟଙ୍କା ଅଭାବରୁ ଔଷଧ କିଣି ପାରୁ ନଥିବା କହିଛନ୍ତି। ତାଙ୍କୁ ଶୀଘ୍ର ଭତ୍ତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଜଣାଇଛନ୍ତି ସେ କିନ୍ତୁ କର୍ଣ୍ଣପାତ କରୁ ନାହାନ୍ତି। ଚାରି ମାସ ତଳେ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତିହାରୁ ନିଆଲ ତାଙ୍କ ଘରକୁ ଆସି ଆବଶ୍ୟକୀୟ ତଦନ୍ତ ସହ କାଗଜପତ୍ର ଦେଖିଥିଲେ ଓ ଖୁବ୍ ଶୀଘ୍ର ପୁନଶ୍ଚ ଭତ୍ତା ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ, ହେଲେ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ ହୋଇନାହିଁ।

ଏନେଇ ଖଡ଼ିଆଳ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କୁମର ମାଝୀଙ୍କୁ ପଚାରିବାରୁ ତତ୍କାଳୀନ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତିହାରୁ ନିଆଲ ତାଙ୍କୁ ମୃତ୍ୟୁବରଣ କରିଥିବା ନେଇ ରିପୋର୍ଟ ଦେଲାପରେ ଭତ୍ତା ବନ୍ଦ କରି ଦିଆଯାଇଥିଲା। ଏବେ ପୁଣି ଥରେ ଚାଲୁ କରିବା ପାଇଁ କାର୍ଯ୍ୟ ଚାଲିଛି। ତାଙ୍କର ସବୁ ବକେୟା ସହ ନିୟମିତ ଭତ୍ତା ଗୋଟିଏ ମାସ ଭିତରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande