ଓଡିଶା ବଜେଟକୁ ନେଇ ସାମ୍ବାଦିକ ସମ୍ମିଳନୀ
ବଲାଙ୍ଗିର, ୨୬ ଫେବୃଆରୀ (ହି.ସ.)- ବଲାଙ୍ଗିର ସାମ୍ବାଦିକ ଭବନରେ ଓଡିଶା ବଜେଟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ମଞ୍ଚରେ ଉପସ୍ଥିତ ଥିଲେ ଗ୍ରାମ୍ୟ ଜଳଯୋଗାଣ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି
ଓଡିଶା ବଜେଟକୁ ନେଇ ସାମ୍ବାଦିକ ସମ୍ବିଲନୀ ଅନୁଷ୍ଠିତ


ଓଡିଶା ବଜେଟକୁ ନେଇ ସାମ୍ବାଦିକ ସମ୍ବିଲନୀ ଅନୁଷ୍ଠିତ


ଓଡିଶା ବଜେଟକୁ ନେଇ ସାମ୍ବାଦିକ ସମ୍ବିଲନୀ ଅନୁଷ୍ଠିତ


ଓଡିଶା ବଜେଟକୁ ନେଇ ସାମ୍ବାଦିକ ସମ୍ବିଲନୀ ଅନୁଷ୍ଠିତ


ବଲାଙ୍ଗିର, ୨୬ ଫେବୃଆରୀ (ହି.ସ.)-

ବଲାଙ୍ଗିର ସାମ୍ବାଦିକ ଭବନରେ ଓଡିଶା ବଜେଟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ମଞ୍ଚରେ ଉପସ୍ଥିତ ଥିଲେ ଗ୍ରାମ୍ୟ ଜଳଯୋଗାଣ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଓ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ l ଚଳିତ ବର୍ଷର ବଜେଟ ୩ ଲକ୍ଷ ୧୦ ହଜାରରେ ପହଞ୍ଚିଛି। ଉପରମୁହାଁ ହୋଇଛି ଓଡିଶାର ବିକାଶ। କୃଷି, ସ୍ବାସ୍ଥ୍ୟ ଓ ଶିଳ୍ପକୁ ପ୍ରାଧାନ୍ୟ ଦେଇଛନ୍ତି ଡବଲ ଇଞ୍ଜିନ ସରକାର। ପାନୀୟ ଜଳଯୋଗାଣ ସହ ଗରୀବଙ୍କୁ ୩୦୦ ଦିନର ରୋଜଗାର ଦେବାକୁ ବଜେଟରେ ପ୍ରାବଧାନ କରିଛନ୍ତି ମୋହନ ସରକାର। ପାରାଦୀପ ଓ ବଲାଙ୍ଗିରରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରାଯିବ। ଦାଦନପ୍ରବଣ ଜିଲ୍ଲା ଗୁଡିକରେ ଡାଲଖାଇ କାର୍ଯ୍ୟକ୍ରମ ଓ କୃଷି ମହାବିଦ୍ୟାଳୟ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ l

ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ବରିଷ୍ଠ ନାଗରିକ ଓ ଏକ ବୁଦ୍ଧିଜୀବୀ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା l ବୁଦ୍ଧିଜୀବୀ ମାନେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସମସ୍ୟା ବାବଦରେ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଜଣାଇଥିଲେ l ମନ୍ତ୍ରୀ ସ୍ଥାନୀୟ ନାଗରିକଙ୍କୁ ସରକାରଙ୍କ ନୂତନ ବଜେଟ ଓ ରାଜ୍ୟରେ ନୂତନ ଜୋଜନା ଓ କାର୍ଯ୍ଯ ଏଥିପାଇଁ ବ୍ୟବସ୍ଥିତ ଅର୍ଥର ବିବରଣୀ ପ୍ରଦାନ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande