ସଂଯୋଗୀ ସାହିତ୍ୟ ସଂସଦ କେନ୍ଦୁଝରର ୱେବ୍ ସାଇଟ୍ 'କୁ ଉଦ୍ଘାଟିତ
କେନ୍ଦୁଝର, ୨୬ ଫେବ୍ରୁଆରି (ହି.ସ.) - ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସାହିତ୍ୟାନୁଷ୍ଠାନ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା ଘଟଗାଁ କେନ୍ଦୁଝରର ୱେବ୍ ସାଇଟ୍ ''କୁ ଉଦ୍ଘାଟିତ ହୋଇଯାଇଛି। ସଂସଦର ଉପେନ୍ଦ୍ର ଦାଶଙ୍କର ସଭାପତି ପୌରହିତ୍ୟରେ ଆୟୋଜିତ ସାଂଗଠନିକ ବୈଠକ ଅବସରରେ ରାଜ୍ୟ ସଂଚାଳକ ହୃଷୀକେ
ସଂଯୋଗୀ ସାହିତ୍ୟ ସଂସଦ କେନ୍ଦୁଝରର ୱେବ୍ ସାଇଟ୍ 'କୁ ଉଦ୍ଘାଟିତ


କେନ୍ଦୁଝର, ୨୬ ଫେବ୍ରୁଆରି (ହି.ସ.) - ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସାହିତ୍ୟାନୁଷ୍ଠାନ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା ଘଟଗାଁ କେନ୍ଦୁଝରର ୱେବ୍ ସାଇଟ୍ 'କୁ ଉଦ୍ଘାଟିତ ହୋଇଯାଇଛି। ସଂସଦର ଉପେନ୍ଦ୍ର ଦାଶଙ୍କର ସଭାପତି ପୌରହିତ୍ୟରେ ଆୟୋଜିତ ସାଂଗଠନିକ ବୈଠକ ଅବସରରେ ରାଜ୍ୟ ସଂଚାଳକ ହୃଷୀକେଶ ଦାଶ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ସ୍ୱାଗତ ଜଣାଇବା ସହ ସହ ଯୁବପିଢି ଙ୍କୁ ଅନୁଷ୍ଠାନ ପ୍ରାଧାନ୍ୟ ଦେଉଥିବାରୁ ଅନୁଷ୍ଠାନର ଧ୍ୟାନର କର୍ମକର୍ତା ମାନଙ୍କୁ ବଧାଇ ଜଣାଇଥିଲେ। ପରେ ପରେ ସଂପାଦକ ବାବୁଲାଲ ପଲେଇ ଅନୁଷ୍ଠାନର ୱେବ୍ ସାଇଟ୍ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସହ ସଂପାଦକ ଲିସନ ମହାନ୍ତିଙ୍କ ପରାମର୍ଶ କ୍ରମେ ତନ୍ମୟ ତନ୍ମ କୁମାର ସ୍ୱାଇଁ ସଭାପତି ଦାଶଙ୍କ ଦ୍ୱାରା ଅମ୍ଭ ଅନୁଷ୍ଠାନର ୱେବ୍ ସାଇଟ୍ କୁ ଉଦ୍ଘାଟନ କରାଇଥିଲେ। ଏହି ଅବସରରେ ଶ୍ରୀ ମହାନ୍ତିଙ୍କ ଅନୁରୋଧ କ୍ରମେ ସଂଯୋଗୀ ସଜଫୁଲର ପ୍ରଚାର ଓ ପ୍ରସାର ପରିଚାଳନା ସଂପାଦକ ସରୋଜ କୁମାର ସେନାପତି, ଅନୁଷ୍ଠାନ ପାଇଁ କାର୍ଯ୍ୟ କରୁଥିବାରୁ ତିନ ଜଣ ନବ ଯୁବ ପ୍ରତିଭା - କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ରୁ ପୁଷ୍ପକ କୁମାର ବେହେରା, ବାଲେଶ୍ୱର ଜିଲ୍ଲାରୁ ତନ୍ମୟ କୁମାର ସ୍ୱାଇଁ ଓ ଅନୁଗୋଳ ଜିଲ୍ଲାରୁ ଶୁଭେନ୍ଦୁ କୁମାର ବେହେରା ଙ୍କୁ ନିମନ୍ତ୍ରିତ ସଦସ୍ୟ ଗ୍ରହଣ କରିବାକୁ ପ୍ରସ୍ତାବ ବାଢ଼ିଥିଲେ। ତାଙ୍କ ପ୍ରସ୍ତାବକୁ ସଂପାଦକ ଶ୍ରୀ ପଲେଇଙ୍କ ଅନୁମୋଦନ କ୍ରମେ ସଭାପତି ଶ୍ରୀଯୁକ୍ତ ଦାଶ ଉକ୍ତ ତିନିଜଣଙ୍କୁ ଅନୁଷ୍ଠାନର ସଦସ୍ୟ ରୂପେ ଗ୍ରହଣ କରାଗଲା ବୋଲି ବୈଠକରେ ଘାଷଣା କରିଥିଲେ ଏବଂ କୋଷାଧ୍ୟକ୍ଷ ସମର୍ଥନ କରିଥିଲେ। ଉକ୍ତ ସନ୍ତୋଷ କୁମାର ପତି ସମର୍ଥ ବୈଠକରେ ଆଜୀବନ ସଦସ୍ୟ ସଦସ୍ୟ ଶାନ୍ତନୁ କୁମାର ମହାପାତ୍ର, ତପନ କୁମାର ଦାଶ, ପୃଷ୍ଠପୋଷକ ସୁଜାତା ଗୁପ୍ତା, ମିନା ବେହେରା, ସଦସ୍ୟା ବିଦ୍ୟା ଭାରତି ପଲେଇ ଆଦି ପ୍ରମୁଖ ଆଲୋଚନାରେ ସଦସ୍ୟ ସଦସ୍ୟା ଯୋଗଦେଇ ଇ ଆଳେ ଅଂଶଗ୍ରହଣ । କରି ଆନନ୍ଦ ପ୍ରକାଶ କରିବା ସହିତ ତିନିଜଣ ଯୁବ ପ୍ରତିଭାଙ୍କୁ ପ୍ରଶଂସା କରି ଶୁଭେଛା ଜଣାଇଥିଲେ । ଅନୁଷ୍ଠାନର ୱେବ୍ ସାଇଟ୍ କୁ ସାର୍ବଜନୀନ କରିବା ନିମନ୍ତେ ସଂପାଦକ ଙ୍କୁ ଅନୁରୋଧ କରାଯିବା ସହିତର ସମସ୍ତ କାମ ସାରିବା ପାଇଁ ସହ ସଂପାଦକ ଲିସନ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି। ଶେଷରେ ସଂଯୋଗୀ ସଜଫୁଲର ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande