ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲରେ ଆତ୍ମରକ୍ଷା କୌଶଳ ଉଦଯାପିତ
ବଲାଙ୍ଗିର, ୨୬ ଫେବୃଆରୀ (ହି.ସ.)- ଜଗନ୍ନାଥ କଲେଜ ସାହାଜବାହାଲ ଗତ ୧୦ ତାରିଖରୁ ଚାଲିଥିବା ଆତ୍ମ ସୁରକ୍ଷା କୌଶଳ ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇ ସଭାପତିତ୍ୱ କରିଥିଲେ । ଦଶ ଦିନ ପର୍ଯ୍ୟନ୍ତ ଯେଉଁ ଟ୍ରେନିଂ ନେଇ ତାକୁ ସବୁ ଦିନ ସଭ୍ୟାସ କରି
ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲରେ ଆତ୍ମରକ୍ଷା କୌଶଳ ଉଦ୍ଯାପିତ


ବଲାଙ୍ଗିର, ୨୬ ଫେବୃଆରୀ (ହି.ସ.)- ଜଗନ୍ନାଥ କଲେଜ ସାହାଜବାହାଲ ଗତ ୧୦ ତାରିଖରୁ ଚାଲିଥିବା ଆତ୍ମ ସୁରକ୍ଷା କୌଶଳ ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇ ସଭାପତିତ୍ୱ କରିଥିଲେ । ଦଶ ଦିନ ପର୍ଯ୍ୟନ୍ତ ଯେଉଁ ଟ୍ରେନିଂ ନେଇ ତାକୁ ସବୁ ଦିନ ସଭ୍ୟାସ କରିବ ଏବଂ ସମାଜରେ ଦୈନନ୍ଦିନ ଘଟୁଥିବା ଆକ୍ରମଣରୁ ନିଜେ ସୁରକ୍ଷିତ ରହିପାରିବ ବୋଲି କହିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଶାନ୍ତନୁ କୁମାର ପାତ୍ର ଆତ୍ମରକ୍ଷା କୌଶଳର ନୀତି ବିଷୟରେ ଓ ଘରୋଇ ହିଂସା, ଲୁଟେରାଙ୍କ ଠାରୁ ପରାମର୍ଶ ଦେଇଥିଲେ । ଏହି ଛାତ୍ରୀମାନଙ୍କୁ ଟ୍ରେନିଂ ଦେଇଥିଲେ ମାଷ୍ଟର ଟ୍ରେନର ପୂଜା ମହାନନ୍ଦ ଓ ସଙ୍ଗୀତା ଘିଭେଲା । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ପ୍ରମୋଦ କୁମାର ବରାଡ ଧନ୍ୟବାଦ ଜ୍ଞାପନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande