
ଗଞାମ, ୨୬ ଫେବୃଆରୀ (ହି.ସ.)- କବିସୂର୍ଯ୍ଯ ନଗର ଥାନା ଆଠଗଡ ପାଟଣା, ଆଠଗଡ ପାଟଣା ଦୁର୍ଗ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଗ୍ରାମବାସୀ ସଂଗୀନ ଅଭିଯୋଗ ଆଣି ସଂପୃକ୍ତ ଶିକ୍ଷୟତ୍ରୀଙ୍କ ବଦଳି ଦାବି କରିଛନ୍ତି । ଶିକ୍ଷୟତ୍ରୀ ଜଣକ କୁଆଡେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଶୌଚାଳୟ ସଫେଇ କରିବା ସହ ସେମାନଙ୍କୁ ମାଡ ମାରୁଛନ୍ତି। ଏହାର ସତ୍ୟା ସତ୍ୟ ସଂପର୍କରେ କବିସୂର୍ଯ୍ଯ ନଗର ବ୍ଲକ ଶିକ୍ଷା ବିଭାଗର ଅଧିକାରୀ ମାନେ ତଦନ୍ତ କରି ଅଭିଯୋଗକାରୀଙ୍କୁ ବୁଝାସୁଝା କରୁଛନ୍ତି । ଏଠାରେ ସାଧାରଣରେ ପ୍ରଶ୍ନ ଉଠିଛି । ପିଲାମାନେ ଝାଡା ପରିସ୍ରା କରି ଶୌଚାଳୟ ଅପରିଷ୍କାର କଲେ ତାକୁ ପରିଷ୍କାର କରିବ କିଏ ? ଏହାକୁ ତ ଛାତ୍ର ଛାତ୍ରୀ କରି ପାରିବେ ନାହିଁ ? ଶିକ୍ଷକ ଶିକ୍ଷୟତ୍ରୀଙ୍କ ପିଲାଙ୍କୁ ପାଠ ପଢାଇବା ଦାୟିତ୍ୱ । ପାଚିକାଓ ସହାୟକା କେବଳ ଖାଦ୍ୟ ରନ୍ଧନକରି ପିଲାଙ୍କୁ ପରିବେଷଣ କରିବେ। ତେବେ ବିଦ୍ଯାଳୟରେ ଶୌଚାଳୟ ସଫେଇ କରିବ କିଏ ? ଏଣୁ ସରକାରଙ୍କ ପକ୍ଷରୁ ଏହି ଶୌଚାଳୟ ସଫେଇ ପାଇଁ ତୁରନ୍ତ ମେହନ୍ତର ନିଯୁକ୍ତି କରଯାଉ ନତୁବା ଗ୍ରାମପଂଚାୟତ କାର୍ଯ୍ୟାଳୟ ତରଫରୁ ଏହାର ସଫେଇ ବ୍ଯବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ