ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତିଙ୍କ କୋଟିଆ ଗସ୍ତ
ଜୟପୁର, ୨୬ ଫେବୃଆରୀ (ହି.ସ.)- ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅଦିତ୍ୟ ପ୍ରସାଦ ପାଢୀ ନବରଙ୍ଗପୁର ଓ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ଗତକାଲି ସେ କୋଟିଆ ଗସ୍ତ କରିଛନ୍ତି। କୋଟିଆ ଗସ୍ତରେ ଏକ ୨୦ ଜଣିଆ ଟିମ୍ ସହ ଜୟପୁର ଉତ୍କଳ ସମ୍ମିଳନୀର ମଦନ ମୋହନ ନାୟକ, ବିରେନ ମୋହନ ପଟ୍ଟନାୟକ ଓ ନବୀନ
ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତିଙ୍କ କୋଟିଆ ଗସ୍ତ


ଜୟପୁର, ୨୬ ଫେବୃଆରୀ (ହି.ସ.)- ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅଦିତ୍ୟ ପ୍ରସାଦ ପାଢୀ ନବରଙ୍ଗପୁର ଓ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ଗତକାଲି ସେ କୋଟିଆ ଗସ୍ତ କରିଛନ୍ତି। କୋଟିଆ ଗସ୍ତରେ ଏକ ୨୦ ଜଣିଆ ଟିମ୍ ସହ ଜୟପୁର ଉତ୍କଳ ସମ୍ମିଳନୀର ମଦନ ମୋହନ ନାୟକ, ବିରେନ ମୋହନ ପଟ୍ଟନାୟକ ଓ ନବୀନ ମାଦଳା ଉପସ୍ଥିତ ଥିଲେ। ଆନ୍ଧ୍ରର ସରକାରୀ କର୍ମଚାରୀଠୁ ଆରମ୍ଭ କରି ଅନେକ ଉଚ୍ଚପଦସ୍ଥ କର୍ମଚାରୀ ମାନେ କୋଟିଆରେ ପଶି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଓଡିଶାର ବିଦ୍ୟାଳୟ, ଥାନା ଓ ସରକାରୀ କାର୍ଯ୍ୟାଳୟ ଗୁଡିକ ରହିଥିବା ବେଳେ କୋଟିଆ ବାସୀଙ୍କୁ ପ୍ରଲୋଭନ ଦେଖାଇ ମାତୃଭାଷାର ଆଗ୍ରହ ନକରିବାକୁ ବାଧ୍ୟ କରାଉଛନ୍ତି। ଉତ୍କଳ ସମ୍ମିଳନୀ ପକ୍ଷରୁ ଏନେଇ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଭାପତି ଶ୍ରୀ ପାଢୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande