ପଶ୍ଚିମବଙ୍ଗ ଦମ୍ପତି କନ୍ୟା ସନ୍ତାନ ଗ୍ରହଣ କଲେ
କେନ୍ଦ୍ରାପଡା, ୨୬ ଫେବୃଆରୀ (ହି.ସ.)- ପଶ୍ଚିମବଙ୍ଗ ଦମ୍ପତି କେନ୍ଦ୍ରାପଡାରୁ ଏକ କନ୍ୟା ସନ୍ତାନ ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଆରାମବାଗ ଅଂଚଳର ମଣିମାଳା ମିଟିଦତ ଓ ମାନସରାଗ ଦତ୍ ଯେକି ପେଶାରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ସେମାନେ କେନ୍ଦ୍ରାପଡାର ପଲ୍ଲିଶ୍ରୀ ମହିଳା ସମିତ
ପଶ୍ଚିମବଙ୍ଗ ଦମ୍ପତି କନ୍ୟା ସନ୍ତାନ ଗ୍ରହଣ କଲେ


କେନ୍ଦ୍ରାପଡା, ୨୬ ଫେବୃଆରୀ (ହି.ସ.)- ପଶ୍ଚିମବଙ୍ଗ ଦମ୍ପତି କେନ୍ଦ୍ରାପଡାରୁ ଏକ କନ୍ୟା ସନ୍ତାନ ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଆରାମବାଗ ଅଂଚଳର ମଣିମାଳା ମିଟିଦତ ଓ ମାନସରାଗ ଦତ୍ ଯେକି ପେଶାରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ସେମାନେ କେନ୍ଦ୍ରାପଡାର ପଲ୍ଲିଶ୍ରୀ ମହିଳା ସମିତିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଏକ କନ୍ୟା ସନ୍ତାନ ଗ୍ରହଣ କରିଛନ୍ତି । ଏହି ଦମ୍ପତିଙ୍କୁ କନ୍ୟା ସନ୍ତାନ ଗ୍ରହଣ କରିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ୍ ଆର ଆୟାର, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଏବଂ ପଲ୍ଲିଶ୍ରୀ ମହିଳା ସମିତିର ପରିଚାଳକ ପ୍ରମୁଖ ଉପସ୍ଥିତ ରହି ଏହି ଦମ୍ପତିଙ୍କୁ ସ୍ୱାଗତ କରି କନ୍ୟା ସନ୍ତାନକୁ ଏକ କଣ୍ଢେଇ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande