ଚାଷଜମିରେ ଲହଡି ଭାଙ୍ଗୁଛି ଜଳ, ହୋଇପାରୁନି ରବି ଫସଲ
କେନ୍ଦ୍ରାପଡା, ୨୬ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଆଳି ପଂଚାୟତ ଅନ୍ତର୍ଗତ ପଦନୀପାଳ ପଂଚାୟତର ଗ୍ରାମବାସୀ ମାନେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲ୍ଲିକଙ୍କୁ ଭେଟି ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଦାବି କରିଛନ୍ତି । ଚାଷୀଙ୍କ ଦାବ ମୁତାବକ, ତାଙ୍କ ଚାଷ ଜମି ଦେଇ ଯାଇଥିବା ଡ୍ରେନେଜ୍
ଚାଷଜମିରେ ଲହଡି ଭାଙ୍ଗୁଛି ଜଳ ହୋଇପାରୁନି ରବି ଫସଲ


କେନ୍ଦ୍ରାପଡା, ୨୬ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଆଳି ପଂଚାୟତ ଅନ୍ତର୍ଗତ ପଦନୀପାଳ ପଂଚାୟତର ଗ୍ରାମବାସୀ ମାନେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲ୍ଲିକଙ୍କୁ ଭେଟି ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଦାବି କରିଛନ୍ତି ।

ଚାଷୀଙ୍କ ଦାବ ମୁତାବକ, ତାଙ୍କ ଚାଷ ଜମି ଦେଇ ଯାଇଥିବା ଡ୍ରେନେଜ୍ ବିଭାଗର କରନାଳୀଟି ବନ୍ଦ ହୋଇଯିବା ଫଳରେ ରବି ଫସଲ ପାଇଁ ଆସୁଥିବା ଜଳ ଚାଷଜମିକୁ ଯାଉଥିବାରୁ ଚାଷଜମିରେ ମାସ ମାସ ଧରିଏହି ପାଣି ଛିଡା ହୋଇ ରହୁଛି । ଯାହା ଫଳରେ ସ୍ଥାନୀୟ ଅଂଚଳର ହଜାର ହଜାର ଚାଷୀମାନେ ରବି ଫସଲ କରିପାରୁ ନାହାଁନ୍ତି । ଫଳରେ ଏମାନଙ୍କର ଆର୍ଥିକ ଅବସ୍ଥା ଉନ୍ନତିରେ ବାଧା ହେଉଛି । ତୁରନ୍ତ ଏହି କରନାଳୀକୁ ସଫା କରିବା ପାଇଁ ଗଙ୍ଗାଧର ଦାସ, ବିନୋଦ କୁମାର ରାୟ, ଉମାକାନ୍ତ ରାଉତ, ଭରତ ମହାନ୍ତି, ବାସୁଦେବ ବାରିକ, ଶଶିକାନ୍ତ ରାଉତ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକଙ୍କୁ ଏକ ଦାବି ପତ୍ର ପ୍ରଦାନ କରି କରନାଳୀ ସଫା କରିବା ପାଇଁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande