ଭେଙ୍କେଟପାଲମ ଗ୍ରାମରେ ଜଳ ଅର୍ପଣ ଦିବସ ପାଳିତ
ମାଲକାନଗିରି, ୨୬ ଫେବୃଆରୀ (ହି.ସ.)- ଆଜି ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ଦ୍ୱାରା କାଲିମେଳା ବ୍ଲକ ଭେଙ୍କେଟପାଲମ ପଞ୍ଚାୟତ ନିକଟରେ ପୋଟେରୁ ନଦୀରେ ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଶୁଭାରମ୍ଭ କରି ଜଳ ଅର୍ପଣ ଦିବସ ରୂପେ ବିବେଚନା କରିଛନ୍ତି | ଏହି ପ୍ରକଳ୍ପ ସମସ୍ତ ନିୟନ୍ତ୍ରଣ ପଞ
ଭେଙ୍କେଟପାଲମ ଗ୍ରାମରେ ଜଳ ଅର୍ପଣ ଦିବସ ପାଳିତ


ମାଲକାନଗିରି, ୨୬ ଫେବୃଆରୀ (ହି.ସ.)-

ଆଜି ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ଦ୍ୱାରା କାଲିମେଳା ବ୍ଲକ ଭେଙ୍କେଟପାଲମ ପଞ୍ଚାୟତ ନିକଟରେ ପୋଟେରୁ ନଦୀରେ ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଶୁଭାରମ୍ଭ କରି ଜଳ ଅର୍ପଣ ଦିବସ ରୂପେ ବିବେଚନା କରିଛନ୍ତି | ଏହି ପ୍ରକଳ୍ପ ସମସ୍ତ ନିୟନ୍ତ୍ରଣ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି | ପଞ୍ଚାୟତର ଆଖପାଖ ଅଞ୍ଚଳ ଯଥା କାଲିମେଳା, କୋଇମେଟଲା ଇତ୍ୟାଦି ପଞ୍ଚାୟତର ବାସିନ୍ଦା ପାନୀୟ ଜଳ ବ୍ୟବହାର କରିବେ | ଗ୍ରୀଷ୍ମ ଦିନେ ଜଳ ସଙ୍କଟରୁ ମୁକ୍ତି ମିଳିଲା ବୋଲି ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି |

ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାର ପ୍ରକଳ୍ପ ନିର୍ଦେଶକ ଦାଶରଥି ସରାବ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର, ଅଧିକ୍ଷଣ ଯନ୍ତ୍ରୀ ଜନକ ବଳବନ୍ତରାୟ, ଏ ଇ ଇ ଆର ଡବ୍ଲୁ ଏସ ଏସ କାଲିମେଳା ପିଠା ସୋରେନ, ଏ ଇ ଆର ଡବ୍ଲୁ ଏସ ଏସ କାଲିମେଳା ସୁକୁମାର ପ୍ରଧାନ, ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କାଲିମେଳା ସୌମ୍ୟ ରଞ୍ଜନ ନାୟକ ଉପସ୍ଥିତ ଥିଲେ | ସମସ୍ତ ଅତିଥି ଜଳର ଉପାଦେୟତା ଏବଂ ସଂରକ୍ଷଣ ଉପରେ ଉପସ୍ଥିତ ଜନସାଧାରଣ ଏବଂ ବିଦ୍ୟାଳୟର ପିଲାମାନଙ୍କୁ ବୁଝାଇଥିଲେ | ଏହି ଜଳ ଅର୍ପଣ ଦିବସ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା |ପରିଶେଷରେ ପିଲାମାନଙ୍କୁ ଖାଦ୍ୟ ପରସା ଯାଇଥିଲା |

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande