
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ଭୁବନେଶ୍ୱରରେ ନିର୍ମାଣ ହେବ ଜନ ଆଶ୍ରୟ ଭବନ । ଦେଶରେ ଏହା ପ୍ରଥମ ଥର ପାଇଁ ନିର୍ମାଣ ହେବ । ମାଷ୍ଟର କ୍ୟାଣ୍ଟନ ଠାରେ ୫
ଏକର ଜାଗାରେ ନିର୍ମାଣ ହେବ ଜନ ଆଶ୍ରୟ ଭବନ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା
ଦେଇଛନ୍ତି ।
ଖୁବ୍ ଶୀଘ୍ର ଏହାର ନିର୍ମାଣ କାମ ଆରମ୍ଭ କରିବେ ରାଜ୍ୟ ସରକାର । 30 ଜିଲ୍ଲାରୁ ବିଭିନ୍ନ କାମ କାମ ପାଇଁ ଭୁବନେଶ୍ବର
ଆସୁଥିବା ଲୋକଙ୍କ ପାଇଁ ବ୍ୟବସ୍ଥା ରହିବ । ଜନ
ଆଶ୍ରୟ ଭବନରେ ବସ ଷ୍ଟାଣ୍ଡ, ଫୁଡ୍ କୋର୍ଟ, ଦୋକାନ , ସୋ ରୁମ୍ ସୁବିଧା ରହିବ । ସ୍ଵଳ୍ପ
ପଇସା ଦେଇ 3 ଦିନ ରହିପାରିବେ ଲୋକେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା