
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ରାଜ୍ୟସଭା ଟିକେଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର
ସିଂ । ସେ କହିଛନ୍ତି ଯେ, ଯେଉଁମାନଙ୍କୁ ସାଧାରଣ ନିର୍ବାଚନରେ ଟିକେଟ୍ ରୁ ବଞ୍ଚିତ କରାଯାଇଥାଏ
ସେମାନଙ୍କୁ ରାଜ୍ୟସଭା ପଠାଯାଏ। ମତେ ବି ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଆପଣଙ୍କୁ ଆମେ
ରାଜ୍ୟସଭା ପାଇଁ ବିଚାର କରିବୁ। ଦଳରେ ଏଭଳି ଅନେକ ନେତା ଅଛନ୍ତି, ଯେଉଁମାନଙ୍କୁ ରାଜ୍ୟସଭା ପ୍ରତିଶ୍ରୁତି ଦିଆଯାଇ ଟିକେଟ୍
ଦିଆଯାଇନାହିଁ। ସେମାନଙ୍କୁ ଦିଆଗଲେ ଦଳର ଓ ସଭାପତିଙ୍କ ସମ୍ମାନ ରହିବ। ବହୁ ବରିଷ୍ଠ ବି
କହୁଛନ୍ତି ଏକଥା। ଏହା କେବଳ ନେତାଙ୍କ ମତ ନୁହେଁ ସବୁ କର୍ମୀ ବି ଚାହୁଁଛନ୍ତି ବୋଲି ବରିଷ୍ଠ
ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା