ଦିନେ ଦୁଇ ଦିନ ଭିତରେ ନାଁ ଘୋଷଣା ହୋଇପାରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ- ବିଜେପି ରାଜ୍ୟ ପ୍ରଭାରୀ
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ରାଜ୍ୟସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଆଜି କାଲି ଭିତରେ ସଂସଦୀୟ ବୋର୍ଡ ବୈଠକ ବସିବ । କିଏ ରାଜ୍ୟସଭା ଯିବ ବୈଠକରେ ନିଷ୍ପତ୍ତି
ଦିନେ ଦୁଇ ଦିନ ଭିତରେ ନାଁ ଘୋଷଣା ହୋଇପାରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ- ବିଜେପି ରାଜ୍ୟ     ପ୍ରଭାରୀ


ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ରାଜ୍ୟସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି ।

ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଆଜି କାଲି ଭିତରେ

ସଂସଦୀୟ ବୋର୍ଡ ବୈଠକ ବସିବ । କିଏ ରାଜ୍ୟସଭା ଯିବ ବୈଠକରେ ନିଷ୍ପତ୍ତି ହେବ । କୋର୍ କମିଟି

ବୈଠକରେ ହୋଇଥିବା ନିଷ୍ପତ୍ତି ସଂସଦୀୟ ବୋର୍ଡକୁ ପଠାଯାଇଛି । ଶେଷ ନିଷ୍ପତ୍ତି ସଂସଦୀୟ ବୋର୍ଡ

ନେବ ବୋଲି ବିଜୟ ପାଲ ସିଂ ତୋମାର କହିଛନ୍ତି । ଦିନେ ଦୁଇ ଦିନ ଭିତରେ ନାଁ ଘୋଷଣା ହୋଇପାରେ

ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande