
ଧର୍ମଶାଳା,୨୬ଫେବ୍ରୃଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅଂଚଳରେ ଜଣେ ଗୋମାଂସ ଚାଲାଣକାରୀଙ୍କୁ କାବୁ କଲେ ଗ୍ରାମବାସୀ । ଯାହାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ଉତ୍ୟକ୍ତ ଲୋକଙ୍କ କବଳରୁ ଗୋମାଂସ ବ୍ୟବସାୟୀଙ୍କୁ ଉଦ୍ଧାର କରି ଥିବା ଜଣାପଡିଛି । ବ୍ୟବସାୟୀ ଜଣକ ହେଲେ ଏହି ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମର କାଲା ଖାଁ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଆଜି ସକାଳେ କାଲା ଖାଁ ନେଉଳପୁର ଅଂଚଳରୁ ଗୋମାଂସ ନେଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ସୁନ୍ଦୁରୀଆ ପଂଚାୟତ ପୋଖରୀ ନିକଟରେ କାବୁ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଶହଶହ ଲୋକେ ରୁଣ୍ଡ ହୋଇଯାଇ ଥିଲେ । ତେବେ କିଛି ସମୟ ପାଇଁ ଏହି ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପଂହଚି ବ୍ୟବସାୟୀଙ୍କୁ ଉଦ୍ଧାର କରିବା ସହିତ ତା’ ନିକଟରୁ ଏକ ବ୍ୟାଗରେ ଭର୍ତି ୧୦କିଲୋରୁ ଉର୍ଦ୍ଧ ଗୋମାଂସ ଜବତ କରି ଥାନାରେ ଅଟକ ରଖି ପଚରାଉଚୁରା କରିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ