ଯାଜପୁରରେ ସାଇବର କବଚ ଅବରେସନ : ସାଇବର ଅପରାଧୀ ଗିରଫ : ବିଭିନ୍ନ ସାମଗ୍ରୀ ଜବତ
ଧର୍ମଶାଳା,୨୬ଫେବ୍ରୃଆରୀ(ହି.ସ.) - ସାଇବର ଲୁଟେରାଙ୍କ ସାମ୍ରାଜ୍ୟ ବୃଦ୍ଧି ପାଇଛି । ଫଳରେ ଅନେକ ନିରୀହ ଲୋକଙ୍କ ଧନ ଜୀବନ ଯାଉଥିବା ଦେଖିବାକୁ ମିଳୁଛି । ଏହାକୁ କଡା ମୁକାବିଲା ପାଇଁ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ସାଇବର କବଚ ଅପରେସନ ଦ୍ୱାରା ବିିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଏହି କ୍ର
ଯାଜପୁରରେ ସାଇବର କବଚ ଅବରେସନ : ସାଇବର ଅପରାଧୀ ଗିରଫ : ବିଭିନ୍ନ ସାମଗ୍ରୀ ଜବତ


ଧର୍ମଶାଳା,୨୬ଫେବ୍ରୃଆରୀ(ହି.ସ.) - ସାଇବର ଲୁଟେରାଙ୍କ ସାମ୍ରାଜ୍ୟ ବୃଦ୍ଧି ପାଇଛି । ଫଳରେ ଅନେକ ନିରୀହ ଲୋକଙ୍କ ଧନ ଜୀବନ ଯାଉଥିବା ଦେଖିବାକୁ ମିଳୁଛି । ଏହାକୁ କଡା ମୁକାବିଲା ପାଇଁ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ସାଇବର କବଚ ଅପରେସନ ଦ୍ୱାରା ବିିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଏହି କ୍ରମରେ ଯାଜପୁର ପୁଲିସକୁ ବଡ ସଫଳତା ମିଳିଛି । ଏହି ଅଭିଯାନରେ ୨୫ଟି ମ୍ୟୁଲ ଆକାଉଁଟ ମାମଲା ପଞ୍ଜିକରଣ କରାଯାଇଥିବା ସହିତ ବିିଭିନ୍ନ ବ୍ୟାଙ୍କ ଖାତାରୁ ୭୫ ଲକ୍ଷ ଟଙ୍କାରୁ ଅଧିକ ରାଶି ଜବତ କରାଯାଇଛି । ତତ୍ ସହିତ ଏକ ବଡ ସାଇବର ଠକେଇ ଓ ମନି ଲ୍ୟାଣ୍ଡରିଂ ମାମଲା ଚିହ୍ନଟ ହୋଇଛି । ଯାଜପୁର ପୁଲିସ ମାକେଇପୁର ଗ୍ରମାର ସ୍ୱର୍ଗତ ବିରେନ୍ଦ୍ର ରାଉତଙ୍କ ପୁଅ ଦେବାଶିଷ(୨୮) ଜିଲାରେ ସାଇବର ଠକେଇ ଓ ଅବୈଧ ଆର୍ଥୀକ ଦେଣନେଣ ରେ ସକ୍ରୀୟ ଭାଗିଦାର ଥିବା ଅଭିଯୋଗରେ ଗିରଫ କରାଯାଇଛି । ସେ ନିଜକୁ ଟେକ୍ନିକାଲ ଆସିଷ୍ଟାଣ୍ଡ ଆରଡି ବିଭାଗ ବୋଲି ଭୁଲ ପରିଚୟ ଦେଇ ନକଲ ନିଯୁକ୍ତି ପତ୍ର ବ୍ୟବହାର କରି ନିର୍ଦ୍ଧୋଶ ଲୋକମାନଙ୍କୁ ଠକୁ ଥିବା ନେଇ ଅଭିଯୋଗ ହୋଇଥିଲା । ତଦନ୍ତରେ ଦେବାଶିଷଙ୍କ ସମେତ ଯାଜପୁର ଜିଲା ଗୋପାଳପୁର ଗ୍ରାମର ସୂର୍ଯ୍ୟମଣି ଜେନାଙ୍କ ସଂଜିବ ଓ ରାଜୀବଙ୍କ ନାମରେ ନାମରେ ଅଭିଯୁକ୍ତ ଅନେକ ଖାତା ଖୋଲିଛନ୍ତି । ସଂଜିବ ଓ ରାଜୀବ ଦିନ ମୁଜୁରୀଆ ହୋଇ ଅଭିଯୁକ୍ତଙ୍କ ଅଧିନରେ କାମ କରୁଥିଲେ । ସେହି ବ୍ୟାଙ୍କ ଖାତାଗୁଡିକୁ ଯାଂଚ ବେଳେ ଆଇଏମପିଏସ ଓ ୟୁପିଆଇ ମାଧ୍ୟମରେ ଅଜଣା ଉତ୍ସରୁ କୋଟିକୋଟି ଟଙ୍କାର କାରବାର ହୋଇଥିବା ପ୍ରମାଣ ମିଳିଥିଲା । ଏନେଇ ଆଜି ଯାଜପୁର ଥାନାରେ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande