ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ପାରମ୍ପରିକ ଲୋକକଳା ''ଚଇତି ଘୋଡ଼ା ନାଚ''କୁ ବିଶ୍ୱ
ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ଓଡ଼ିଶାର ପାରମ୍ପରିକ ଲୋକକଳା 'ଚଇତି ଘୋଡ଼ା ନାଚ'କୁ ବିଶ୍ୱ ଦରବାରରେ

ପହଞ୍ଚାଇଥିବା ବିଶିଷ୍ଟ କଳାକାର ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ

ଓ ମର୍ମାହତ । ନିଜର ନିଖୁଣ ଅଭିନୟ ଓ ଗୀତିକବିତା ମାଧ୍ୟମରେ ଓଡ଼ିଶାର ଲୋକସଂସ୍କୃତିକୁ ସମୃଦ୍ଧ

କରିବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ବିୟୋଗରେ ଓଡ଼ିଆ କଳା ଜଗତରେ ଏକ ଅପୂରଣୀୟ

ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ

ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande