
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ବିନାୟକ ଦାମୋଦର ସାବରକରଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ରାଷ୍ଟ୍ରଭକ୍ତ
ସ୍ୱାତନ୍ତ୍ରବୀର ବିନାୟକ ଦାମୋଦର ସାବରକରଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ନମନ।
ବୀର ସାବରକରଙ୍କ ସମ୍ପୂର୍ଣ୍ଣ ଜୀବନ ତ୍ୟାଗ, ତପସ୍ୟା ଓ ଅଦମ୍ୟ ସାହସର
ଅମର ଗାଥା। କାଳା ପାଣି ପରି ଅମାନବୀୟ କାରାବାସରେ ଅସହ୍ୟ ଯନ୍ତ୍ରଣା ସହିଥିବା ସତ୍ୱେ ମଧ୍ୟ
ତାଙ୍କର ରାଷ୍ଟ୍ରନିଷ୍ଠ ସଙ୍କଳ୍ପ କେବେ ଦୋହଲିନଥିଲା । ରାଷ୍ଟ୍ର ପ୍ରତି ତାଙ୍କର ସମର୍ପଣ ଓ
ବିଚାରଧାରାର ଦୃଢତା ଆସନ୍ତା ପିଢିମାନଙ୍କୁ ସର୍ବଦା ପ୍ରେରିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା